ETV Bharat / sports

ବିଶାଖାପାଟନମରେ ସିନ୍ଧୁ ଖୋଲିବେ ଟ୍ରେନିଂ ଏକାଡେମୀ

author img

By

Published : Aug 13, 2021, 4:46 PM IST

ଆନ୍ଧ୍ର ସରକାରଙ୍କ ସହଯୋଗରେ ଦେଶର ଯୁବ ପ୍ରତିଭାଙ୍କୁ ଖେଳ ପ୍ରତି ଆକୃଷ୍ଟ କରିବା ଲକ୍ଷ୍ୟରେ, ବିଶାଖାପାଟନମରେ ଏକ ଟ୍ରେନିଂ ଏକାଡେମୀ ଆରମ୍ଭ କରିବାକୁ ଯାଉଛନ୍ତି ସିନ୍ଧୁ । ଅଧିକ ପଢନ୍ତୁ...

Badminton star PV Sindhu to start training academy in Visakhapatnam
ବ୍ୟାଡମିଣ୍ଟନ ଷ୍ଟାର ସିନ୍ଧୁ ବିଶାଖାପାଟ୍ଟନମରେ ଖୋଲିବେ ଟ୍ରେନିଂ ଏକାଡେମୀ

ତିରୁମାଳା(ଆନ୍ଧ୍ରପ୍ରଦେଶ): ସଦ୍ୟ ସମାପ୍ତ ଟୋକିଓ ଅଲମ୍ପିକ୍‌ସ ବ୍ରୋଞ୍ଜ ପଦକ ବିଜେତା ପିଭି ସିନ୍ଧୁ ନିଜର ଆଗାମୀ ଲକ୍ଷ୍ୟ ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି । ଦେଶର ଯୁବ ପ୍ରତିଭାଙ୍କୁ ଖେଳ ପ୍ରତି ଆକୃଷ୍ଟ କରିବା ଲକ୍ଷ୍ୟରେ, ବିଶାଖାପାଟନମରେ ଏକ ଟ୍ରେନିଂ ଏକାଡେମୀ ଆରମ୍ଭ କରିବାକୁ ଯାଉଛନ୍ତି ସିନ୍ଧୁ । ଭାରତୀୟ ଷ୍ଟାର ବ୍ୟାଡମିଣ୍ଟନ ଖେଳାଳି ସିନ୍ଧୁ କହିଛନ୍ତି, "ଦେଶର ଯୁବପିଢି ଯେବେ ଖେଳ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବାକୁ ସମୟ ଆସେ ଅନିଚ୍ଛା ପ୍ରକାଶ କରନ୍ତି ।"

"ରାଜ୍ୟ ସରକାରଙ୍କ ସହଯୋଗରେ ଖୁବଶୀଘ୍ର ବିଶାଖାପାଟନମରେ ଯୁବ ଖେଳାଳିଙ୍କ ପାଇଁ ଟ୍ରେନିଂ ଏକାଡେମୀ ଆରମ୍ଭ କରିବାକୁ ଯାଉଛି, ଉପଯୁକ୍ତ ଉତ୍ସାହର କମି ଯୋଗୁଁ ଅନେକ ଯୁବ ପ୍ରତିଭା ଖେଳ ପ୍ରତି ରୁଚି ଦେଖାନ୍ତି ନାହିଁ," ଶୁକ୍ରବାର ଆନ୍ଧ୍ର ପ୍ରଦେଶର ତିରୁମାଳା ମନ୍ଦିରରେ ପ୍ରାର୍ଥନା ସମୟରେ ଏହା କହିଛନ୍ତି ସିନ୍ଧୁ ।

ପୂର୍ବରୁ ଚଳିତ ମାସ ଆରମ୍ଭରେ ବ୍ୟାଡମିଣ୍ଟନ ଷ୍ଟାର ସିନ୍ଧୁ, ଦେଶ ପାଇଁ ଦୁଇଟି ଅଲମ୍ପିକ ପଦକ ଜିତିଥିବା ପ୍ରଥମ ଭାରତୀୟ ମହିଳା ଖେଳାଳି ହୋଇଥିଲେ । ଟୋକିଓ ଅଲମ୍ପିକ୍‌ସ୍‌ରେ ବ୍ରୋଞ୍ଜ ପଦକ ମ୍ୟାଚରେ ସେ ଚାଇନାର ହେ ବିଙ୍ଗ୍‌ ଜିଆଓଙ୍କୁ ହରାଇଥିଲେ ।

ବ୍ୟାଡମିଣ୍ଟନ ସିଙ୍ଗଲ୍ସରେ ସ୍ବର୍ଣ୍ଣ ପଦକ ଦାବିଦାର ଥିଲେ ମଧ୍ୟ ସଫଳ ହୋଇନଥିଲେ ସିନ୍ଧୁ । ତେବେ ୨୦୧୬ ରିଓ ଅଲମ୍ପିକ୍‌ରେ ରୌପ୍ୟ ଓ ଟୋକିଓ ଅଲମ୍ପିକ୍‌ରେ ବ୍ରୋଞ୍ଜ ପଦକ ଜିତି ଲଗାତର ଦୁଇଟି ଅଲମ୍ପିକ ସଂସ୍କରଣରେ ପଦକ ହାସଲ କରିବାର ରେକର୍ଡ କରିଥିଲେ ।

୨୦୨୪ ପ୍ୟାରିସ ଅଲମ୍ପିକ୍‌ରେ ଶ୍ରେଷ୍ଠ ପ୍ରଦର୍ଶନ ସହ ସ୍ବର୍ଣ୍ଣ ବିଜୟ ଲକ୍ଷ୍ୟରେ ଏବେଠୁ ପ୍ରସ୍ତୁତି ଆରମ୍ଭ କରିଛନ୍ତି ସିନ୍ଧୁ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.