ETV Bharat / sports

ମିକ୍ସ ଡବଲ୍ସ ମାନ୍ୟତାର ଶୀର୍ଷ 20 ମଧ୍ୟରେ ଅଶ୍ବିନୀ-ସାଇରାଜ

author img

By

Published : Feb 2, 2021, 6:49 PM IST

ସଦ୍ୟ ପ୍ରକାଶିତ BWF ବିଶ୍ବ ମାନ୍ୟତା ତାଲିକାରେ ଭାରତୀୟ ମିକ୍ସ ଡବଲ୍ସ ଯୋଡି ସାତ୍ବିକ ସାଇରାଜ ରେଙ୍କିରେଡ୍ଡି ଓ ଅଶ୍ବିନୀ ପୋନାପ୍ପା ଶ୍ରେଷ୍ଠ 20 ମଧ୍ୟରେ ସ୍ଥାନ ପାଇଛନ୍ତି ।

Ashwini-Sairaj break into Top 20 in mixed doubles rankings
ମିକ୍ସ ଡବଲ୍ସ ମାନ୍ୟତାର ଶୀର୍ଷ 20 ମଧ୍ୟରେ ଅଶ୍ବିନି-ବୋପାନ୍ନା

ବ୍ୟାଙ୍କକ୍‌: ଭାରତୀୟ ବ୍ୟାଡମିଣ୍ଟନ ପାଇଁ ସ୍ମରଣୀୟ ଦିନ । ପ୍ରକାଶ ପାଇଛି BWF ମାନ୍ୟତା । ସଦ୍ୟ ପ୍ରକାଶିତ ମାନ୍ୟତା ତାଲିକାରେ ଭାରତୀୟ ମିକ୍ସ ଡବଲ୍ସ ଯୋଡି ସାତ୍ବିକସାଇରାଜ ରେଙ୍କିରେଡ୍ଡି ଓ ଅଶ୍ବିନୀ ପୋନାପ୍ପା ଶ୍ରେଷ୍ଠ 20 ମଧ୍ୟରେ ସ୍ଥାନ ପାଇଛନ୍ତି।

ମଙ୍ଗଳବାର ପ୍ରକାଶିତ ତାଲିକାରେ ସାତ୍ବିକସାଇରାଜ ଓ ଅଶ୍ବିନୀ, 16ଟି ସ୍ଥାନ ଉପରକୁ ଉଠି 19ତମ ସ୍ଥାନରେ ପହଞ୍ଚିଛନ୍ତି ।

ମିକ୍ସ ଡବଲ୍ସ ଯୋଡି ସାତ୍ବିକ ସାଇରାଜ ରେଙ୍କିରେଡ୍ଡି ଓ ଅଶ୍ବିନୀ ପୋନ୍ନାପ୍ପା ସଦ୍ୟତମ BWF ବିଶ୍ବ ରାକିଂର ଶ୍ରେଷ୍ଠ 20 ସ୍ଥାନ ମଧ୍ୟରେ ପ୍ରବେଶ କରିଛନ୍ତି । ଏହି ଭାରତୀୟ ଯୋଡି 16ଟି ସ୍ଥାନ ଉପରକୁ ଉଠି କ୍ୟାରିୟରର ଶ୍ରେଷ୍ଠ ସ୍ଥାନରେ ପହଞ୍ଚିଛନ୍ତି । ଯାହାକି ବେଶ ଉତ୍ସାହଜନକ । ବ୍ୟାଡମିଣ୍ଟନ ଆସୋସିଏସନ ଅଫ ଇଣ୍ଡିଆ(BAI) ଟ୍ବିଟ ଯୋଗେଁ ଏହି ସୂଚନା ଦିଆଯାଇଛି ।

ମାନ୍ୟତାର ଶୀର୍ଷରେ ରହିଛନ୍ତି ଚାଇନିଜ ଯୋଡି ଜେଆଙ୍କ ସିୱେଇ ଓ ହୁଆଂ ୟାକିଅଂ ।

ଭାରତୀୟ ଯୋଡି ୟୁନେକ୍ସ ଥାଇଲାଣ୍ଡ ଓପନର ପ୍ରି-କ୍ବାର୍ଟର୍ସ ରାଉଣ୍ଡରେ ପ୍ରବେଶ କରିଥିଲେ ମାତ୍ର ଚାଇନିଜ ଯୋଡି ଚାଙ୍ଗ ତକ ଚିଙ୍ଗ ଓ ନେଙ୍ଗ ୱିଙ୍ଗ ୟୁଙ୍ଗ୍‌ଙ୍କ ଠାରୁ ପରାସ୍ତ ହୋଇଥିଲେ ।

ଅନ୍ୟପଟେ ଟୋୟଟା ଥାଇଲାଣ୍ଡ ଓପନରେ ସାତ୍ବିକସାଇରାଜ ଓ ଅଶ୍ବିନୀ ସେମିଫାଇନାଲରେ ପହଞ୍ଚିଥିଲେ ମାତ୍ର ଥାଇଲାଣ୍ଡ ଯୋଡିଙ୍କଠାରୁ ପରାସ୍ତ ହେବାପରେ ଆଗକୁ ବଢିପାରି ନଥିଲେ ।

ପୁରୁଷ ଏକକ ବର୍ଗରେ କିଦାମ୍ବୀ ଶ୍ରୀକାନ୍ତ, ଗୋଟିଏ ସ୍ଥାନ ଉପରକୁ ଉଠି 13ତମ ସ୍ଥାନରେ ସନ୍ତୁଷ୍ଟ ଅଛନ୍ତି । ସେହିପରି ସାଇ ପ୍ରଣୀତ ଗୋଟି ସ୍ଥାନ ତଳକୁ ଖସି 17ତମ ସ୍ଥାନରେ ରହିଛନ୍ତି । ମହିଳା ଏକକ ବର୍ଗରେ ପିଭି ସିନ୍ଧୁ ତାଙ୍କର ସପ୍ତମ ସ୍ଥାନ ବଜାୟ ରଖିଥିବାବେଳେ ସାଇନା ନେହୱାଲ ଗୋଟିଏ ସ୍ଥାନ ଉପରକୁ ଉଠି 19ତମ ସ୍ଥାନରେ ରହିଛନ୍ତି ।

ପୁରୁଷ ଡବଲ୍ସ ବର୍ଗରେ, ଭାରତୀୟ ଯୋଡି ଚିରାଗ ସେଟ୍ଟି ଓ ସାତ୍ବିକସାଇରାଜ ଦଶମ ସ୍ଥାନରେ ରହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.