ବର୍ମିଂହାମ: ଅଲ୍ ଇଂଲଣ୍ଡ ଓପନ ଦ୍ବିତୀୟ ରାଉଣ୍ଡକୁ ଉନ୍ନୀତ ହୋଇଛନ୍ତି ଭାରତୀୟ ଷ୍ଟାର ସର୍ଟଲର ପିଭି ସିନ୍ଧୁ । ପ୍ରଥମ ରାଉଣ୍ଡରେ ମାଲେସିୟାର ସୋନିଆ ଚେହଙ୍କୁ ହରାଇ ପରବର୍ତ୍ତୀ ରାଉଣ୍ଡରେ ପହଞ୍ଚିଛନ୍ତି ସିନ୍ଧୁ ।
39 ମିନିଟ ଧରି ଖେଳାଯାଇଥିବା ପ୍ରଥମ ରାଉଣ୍ଡ ମ୍ୟାଚରେ 21-11, 21-17ରେ ବିଜୟୀ ହୋଇଛନ୍ତି ।
ବିଶ୍ବ ମାନ୍ୟତାର 7ମ ସ୍ଥାନରେ ଥିବା ସିନ୍ଧୁ ଆରମ୍ଭରୁ ଆକ୍ରମଣାତ୍ମକ ରଣନୀତି ସହ ଖେଳିଥିଲେ । ପ୍ରତିପକ୍ଷକୁ କୌଣସି ସୁଯୋଗ ନ ଦେବା ସହ ଏକତରଫା ବିଜୟ ହାସଲ କରିଥିଲେ।
ପୂର୍ବରୁ ପୁରୁଷ ଡବଲ୍ସ ଯୋଡି ଚିରାଗ ସେଟ୍ଟି ଓ ସାତ୍ବିକ ସାଇରାଜ ରେଙ୍କିରେଡ୍ଡି ଦ୍ବିତୀୟ ରାଉଣ୍ଡକୁ ଉନ୍ନୀତ ହୋଇଛନ୍ତି । ଏହି ଭାରତୀୟ ଯୋଡି ଇଂଲଣ୍ଡର ନିଖାର ଗାର୍ଗ ଓ ଭାରତର ଅନିରୁଦ୍ଧ ମାୟେକରଙ୍କୁ 21-7 ଓ 21-10ରେ ହରାଇଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ