ETV Bharat / sports

33ତମ ଜାତୀୟ ସବ-ଜୁନିୟର ବ୍ୟାଡମିଣ୍ଟନ ଚମ୍ପିଆନସିପ ଆରମ୍ଭ - ରେଲୱେ ଇଣ୍ଡୋର ଷ୍ଟାଡିୟମ

ଓଡିଶାରେ ପୁଣି ଏକ ଜାତୀୟସ୍ତରୀୟ କ୍ରୀଡା ଟୁର୍ଣ୍ଣାମେଣ୍ଟ। ଆରମ୍ଭ ହୋଇଯାଇଛି 33ତମ ଜାତୀୟ ସବ-ଜୁନିୟର ବ୍ୟାଡମିଣ୍ଟନ ଚମ୍ପିଆନସିପ। ସ୍ଥାନୀୟ ରେଲୱେ ଇନଡୋର ଷ୍ଟାଡିୟମରେ ମୁଖ୍ୟ ଶାସନ ସଚିବ ଅସିତ୍ କୁମାର ତ୍ରିପାଠୀ ଏହି ଟୁର୍ଣ୍ଣାମେଣ୍ଟର ଉଦଘାଟନ କରିଛନ୍ତି। ଅଧକ ପଢନ୍ତୁ...

ସବ-ଜୁନିୟର ବ୍ୟାଡମିଣ୍ଟନ ଚମ୍ପିଆନସିପ
ସବ-ଜୁନିୟର ବ୍ୟାଡମିଣ୍ଟନ ଚମ୍ପିଆନସିପ
author img

By

Published : Dec 17, 2019, 5:25 PM IST

Updated : Dec 17, 2019, 6:10 PM IST

ଭୁବନେଶ୍ବର: ପୁଣି ଏକ ବଡ ଜାତୀୟସ୍ତରୀୟ କ୍ରୀଡା ଟୁର୍ଣ୍ଣାମେଣ୍ଟର ସଫଳ ଆୟୋଜନ କରିଛି ଓଡିଶା। ଆରମ୍ଭ ହୋଇଯାଇଛି 33ତମ ଜାତୀୟ ସବ-ଜୁନିୟର ବ୍ୟାଡମିଣ୍ଟନ ଚମ୍ପିଆନସିପ। ସ୍ଥାନୀୟ ରେଲୱେ ଇନଡୋର ଷ୍ଟାଡିୟମରେ ମୁଖ୍ୟ ଶାସନ ସଚିବ ଅସିତ୍ କୁମାର ତ୍ରିପାଠୀ ଏହି ଟୁର୍ଣ୍ଣାମେଣ୍ଟର ଉଦଘାଟନ କରିଛନ୍ତି। ଏହି ଚମ୍ପିଆନସିପରେ ପ୍ରାୟ 600 ଖେଳାଳି ଭାଗ ନେଇଛନ୍ତି।

ଭୁବନେଶ୍ବରରେ 33ତମ ଜାତୀୟ ସବ-ଜୁନିୟର ବ୍ୟାଡମିଣ୍ଟନ ଚମ୍ପିଆନସିପ

ଓଡିଶା ଦେଶର କ୍ରୀଡା ରାଜଧାନୀ ହେବା ଦିଗରେ ଏହି ଟୁର୍ଣ୍ଣାମେଣ୍ଟ ଆଉ ପାଦେ ଆଗକୁ ନେବ ବୋଲି କହିଛନ୍ତି ମୁଖ୍ୟ ଶାସନ ସଚିବ। ରାଜ୍ୟରେ ଏଭଳି କ୍ରୀଡା ଆୟୋଜନ ତୃଣମୂଳସ୍ତରରୁ କ୍ରୀଡ଼ବିତଙ୍କୁ ପ୍ରୋତ୍ସାହିତ କରିବ। ସେହିଭଳି ଆଗକୁ ରାଜ୍ୟ ସରକାରଙ୍କ ସହିତ ପୁଲେଲା ଗୋପିଚାନ୍ଦ ସ୍ପୋଟର୍ସ ଏକାଡେମୀ ଖୁବ ଶୀଘ୍ର କାର୍ଯ୍ୟକାରୀ ହେବାକୁ ଯାଉଥିବା ସେ କହିଛନ୍ତି। ଏହି ଏକାଡେମୀରୁ ଅଧିକ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରର ଖେଳାଳି ଆମ ରାଜ୍ୟରୁ ବାହାରିବା ଦିଗରେ ସହାୟକ ହେବ। ଏହାସହିତ ସମସ୍ତ ପ୍ରତିଯୋଗୀଙ୍କୁ ଶୁଭେଚ୍ଛା ଜଣାଇବା ସହ ନିଜର ଶ୍ରେଷ୍ଠତା ପ୍ରଦର୍ଶନ କରିବାକୁ ଉତ୍ସାହିତ କରିଛନ୍ତି ମୁଖ୍ୟ ଶାସନ ସଚିବ।

National Badminton Championship
ମୁଖ୍ୟ ଶାସନ ସଚିବ- ଓଡିଆ ଖେଳାଳି ଋତୁପର୍ଣ୍ଣ। ପଣ୍ଡା

ଏଭଳି ଆୟୋଜନ ଆଗାମୀ ଯୁବପିଢ଼ିଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ ସୃଷ୍ଟି କରିବ ବୋଲି କହିଛନ୍ତି ଓଡିଶାର ଆନ୍ତର୍ଜାତିକ ଖେଳାଳି ଋତୁପର୍ଣ୍ଣା ପଣ୍ଡା। ଦେଶର ବିଭିନ୍ନ ସ୍ଥାନରୁ ଆସିଥିବା ଅନେକ ଜାତୀୟ ଓ ଆନ୍ତର୍ଜାତୀୟସ୍ତରର ଖେଳାଳିଙ୍କ ସହ ଓଡିଶା ଖେଳାଳି ଖେଳିବାର ସୁଯୋଗ ପାଇବେ।ଫଳରେ ନିଜ ଖେଳରେ ସୁଧାର ଆଣିବାରେ ଓଡିଶା ଖେଳାଳିଙ୍କୁ ଏହି ଟୁର୍ଣ୍ଣାମେଣ୍ଟ ବେଶ ସହାୟକ ହେବ। ଏହି ଟୁର୍ଣ୍ଣାମେଣ୍ଟ ଆଜି ଠାରୁ ଆରମ୍ଭ ହୋଇ ଆସନ୍ତା 22 ତାରିଖ ପର୍ଯ୍ୟନ୍ତ ଖେଳାଯିବ। ରେଲୱେ ଓ ସହିଦ ନଗର ଇନଡୋର ଷ୍ଟାଡିୟମରେ ଏହି ମ୍ୟାଚ ଖେଳାଯିବ। ଦର୍ଶକଙ୍କୁ ମ୍ୟାଚର ମଜା ଉଠାଇବାକୁ ଓଡିଶା ଟେନିସ ଆସୋସିଏସନ ପକ୍ଷରୁ ଅପିଲ କରାଯାଇଛି।

National Badminton Championship
ଓଡିଶା ଟେବୁଲ ଟେନିସ ଆସୋସିଏସନ

ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ

Intro:33ତମ ଜାତୀୟ ସବ ଜୁନିଅର ବ୍ୟାଡମିଣ୍ଟନ ଚାମ୍ପିୟାନସିପ ସ୍ଥାନୀୟ ରେଲୱେ ଇଣ୍ଡୋର ଷ୍ଟାଡିୟମ ଠାରୁ ଆନୁଷ୍ଠାନିକ ଭାବେ ଉଦଘାଟିତ ହୋଇଛି।

Body:ମୁଖ୍ୟ ଅତିଥିଭାବେ ଓଡିଶା ସରକାରଙ୍କ ମୁଖ୍ୟ ଶାସନ ସଚିବ ଶ୍ରୀଯୁକ୍ତ ଆସିତ୍ କୁମାର ତ୍ରିପାଠୀ ଏହାକୁ ଉଦ୍ଘାଟନ କରିବା ସହ ଏହା ରାଜ୍ୟ କୁ ଦେଶର କ୍ରୀଡା ରାଜଧାନୀ କରିବା ଦିଗରେ ଆଉ ପାଦେ ଆଗକୁ ନେବ ବୋଲି କହିଛନ୍ତି।ରାଜ୍ୟରେ ଏଭଳି କ୍ରୀଡା ଆୟୋଜନ ତୃଣମୂଳ ସ୍ତରରୁ କ୍ରୀଡ଼ବିତ ମାନଙ୍କୁ ପ୍ରୋତ୍ସାହିତ କରିବ ।ସେହିଭଳି ଆଗକୁ ରାଜ୍ୟ ସରକାରଙ୍କ ସହିତ ପୁଲେଲା ଗୋପିଚାନ୍ଦ ଏଠାରେ ପ୍ରତିଷ୍ଠା କରିବାକୁ ଯାଉଥିବା ଏକାଡେମୀ ଖୁବ ଶୀଘ୍ର କାର୍ଯ୍ୟ କାରୀ ହେବାକୁ ଯାଉଛି।ଯାହାକି ଆହୁରି ଜାତୀୟ ଓ ଆନ୍ତର୍ଜାତିକ ସ୍ତରର ଖେଳାଳି ଆମ ରାଜ୍ୟରୁ ବାହାରିବା ଦିଗରେ ସହାୟକ ହେବ ବୋଲି ସେ କହିଛନ୍ତି।ଏହି ଅବସରରେ ସେ ସମସ୍ତ ପ୍ରତିଯୋଗୀଙ୍କୁ ଶୁଭେଚ୍ଛା ଜଣାଇବା ସହ ନିଜର ଉତ୍କର୍ଷ ପ୍ରତିପାଦନ କରିବାକୁ ଉତ୍ସାହିତ କରିଛନ୍ତି।
ଏହି ଅବସରରେ ଓଡିଶା ର ଆନ୍ତର୍ଜାତିକ ଖେଳାଳି ଋତୁପର୍ଣ୍ଣ। ପଣ୍ଡା ଏଭଳି ଆୟୋଜନ ଆଗାମୀ ଯୁବ ପିଢ଼ିଙ୍କି ପାଇଁ ସୁବର୍ଣ୍ଣ ସୁଯୋଗ ସୃଷ୍ଟି କରିବ ବୋଲି କହିଛନ୍ତି।ଦେଶର ବିଭିନ୍ନ ସ୍ଥାନୀରୁ ଆସିଥିବା ଜାତୀୟ ଓ ଆନ୍ତର୍ଜାତିକ ସ୍ତରର ଖେଳାଳିଙ୍କ ସହିତ ଖେଳି ନିଜ ଖେଳ ରେ ସୁଧାର ଆଣିବା ସହ ଭିତ୍ତିଭୂମି ର ପ୍ରସାର ଅନେକ ସହାୟକ ହେବ ବୋଲି କହିଛନ୍ତି।
ସୂଚନାଯୋଗ୍ୟ କି ଏହି ଚାମ୍ପିୟାନସିପ ରେ ପାଖାପାଖି 600 ଖେଳାଳି ଓ ଭାଗ ନେଉଥିବା ଜଣା ଯାଇଛି।ବିଭିନ୍ନ କାଟାଗୋରୀରେ ଖେଳାଯିବାକୁ ଥିବା ଏହି ପ୍ରତିଯୋଗିତା ଆସନ୍ତା 22 ତାରିଖ ରେ ଶେଷ ହେବ।ଏହି ପ୍ରତିଯୋଗିତା ଆଜି ଠାରୁ ଉଭୟ ରେଲୱେ ଇଣ୍ଡୋର ଷ୍ଟାଡିୟମ ଓ ସହିଦ ନଗର ଇଣ୍ଡୋର ଷ୍ଟାଡିୟମରେ ଖେଳାଯିବ।ଖେଳପ୍ରେମୀ ମାନେ ଆସି ଏହାର ଆନନ୍ଦ ନେବାକୁ ଓଡିଶା ଟେନିସ ଆସୋସିଏସନ ପକ୍ଷରୁ କୁହାଯାଇଛି।
ବାଇଟ-ଅସିତ ତ୍ରିପାଠୀ,ମୁଖ୍ୟ ଶାସନ ସଚିବ
ବାଇଟ-ଋତୁପରଣା ପଣ୍ଡା-ଓଡ଼ିଆ ଖେଳାଳି

Conclusion:
Last Updated : Dec 17, 2019, 6:10 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.