ମୁମ୍ବାଇ: ଆମେରିକାରେ ଟିକଟକ କିଣିବାରେ ସ୍ଥାନୀୟ କମ୍ପାନୀର ବିଫଳତା ପରେ ଏବେ ସମସ୍ତଙ୍କ ଆଶା ବର୍ତ୍ତମାନ ଜିଓ ଉପରେ ଅଛି। ଜିଓ ଓ ଟିକଟକ କମ୍ପାନୀ ସହ ଏବେ କଥାବାର୍ତ୍ତା ଚାଲିଛି। ହେଲେ ଅଧିକାରୀକ ରୂପେ କୌଣସି ଖବର ସାମ୍ନାକୁ ଆସିନାହିଁ। ଇତିମଧ୍ୟରେ ଟିକଟକ ଷ୍ଟାର୍ସ ଓଟିଟି ମୁହାଁଉଥିବାର ନଜର ଆସୁଛନ୍ତି। ଆଜ୍ଞା ହଁ, ଜି 5ର ନୂଆ ପ୍ଲାଟଫର୍ମ ହିପିରେ ଧିରେ ଧିରେ କରି ଅନେକ ଟିକଟକ ଷ୍ଟାର ସାମିଲ ହେବାରେ ଲାଗିଛନ୍ତି।
ଜି5ର ବହୁ ପ୍ରତିକ୍ଷିତ ହିପି ପ୍ଲାଟଫର୍ମକୁ ବିଟା ରୋଲଆଉଟ ସହ ଭାରତରେ ଲଞ୍ଚ କରାଯାଇଛି । ଏହି ପ୍ଲାଟଫର୍ମରେ ସେହି ମଜାଦାର ଜିନିଷ ଉପଲବ୍ଧ ଅଛି, ଯାହା ୟୁଜର୍ସଙ୍କୁ ଟିକଟକ ଓ ଅନ୍ୟ ଆପରେ ମିଳୁଥିଲା । ଶୁଣିବାକୁ ମିଳୁଛି ଯେ ଜି ନେଟୱାର୍କ ଧାରାବାହିକରେ କାମ କରୁଥିବା ଷ୍ଟାର୍ସଙ୍କୁ ଏହି ପ୍ଲାଟଫର୍ମରେ ଆସିବାର ଅଫର ପୂର୍ବରୁ ମିଳିସାରିଛି । ଆଉ ଏଯାବତ ଅନେତ ଷ୍ଟାର୍ସ ଏଥିରେ ସାମିଲ ହୋଇସାରିଲେଣି ।
ସେହିପରି ୟୁଜର୍ସଙ୍କୁ 90 ସେକେଣ୍ଡ ପର୍ଯ୍ୟନ୍ତ ଭିଡିଓ ତିଆରି କରୁବାକୁ ଅନୁମତି ଦେଉଥିବା ଜି 5ର ଏହି ପ୍ଲାଟଫର୍ମରେ ଟିକଟକ ଷ୍ଟାର୍ସ ଧିରେ ଧିରେ ସାମିଲ ହେଲେଣି । ବର୍ତ୍ତମାନ ସୁଦ୍ଧା କରଣବୀର ବୋରା, ପାରସ ତୋମର, ମେଲିସା ଶ୍ରୀବାସ୍ତବ, ନିଶାନ୍ତ ମଲକାନି ଓ ପ୍ରଜ୍ଞା ନାଗର ଭଳି କଳାକାର ଏହି ଆପରେ ନଜର ଆସୁଛନ୍ତି ।