ନୂଆଦିଲ୍ଲୀ: କୋରୋନାର ଦ୍ବିତୀୟ ଲହର ପୁଣି ଥରେ ସାରା ଦେଶରେ ଲୋକଙ୍କୁ ହଇରାଣ କରିବା ଆରମ୍ଭ କରିଦେଇଛି । ବହୁ ବଲିଉଡ ସେଲିବ୍ରିଟି ଏହି ସଂକ୍ରମଣରେ ସଂକ୍ରମିତ ହୋଇସାରିଲେଣି । ଏବେ ଟିଭି ସିରିଏଲ ‘ଇମଲି’ରେ ଗଶ୍ମୀରର ଭାଇ ଧ୍ରୁବ ଭୂମିକାରେ ଅଭିନୟ କରୁଥିବା ଫୈଜଲ ସୟଦ କୋରୋନା ପଜିଟିଭ ବୋଲି ଜଣାପଡିଛି । ସେ ଏବେ କ୍ବାରେଣ୍ଟାଇନରେ ଅଛନ୍ତି । ଏହି ସୂଚନା ଅଭିନେତା ନିଜେ ଏକ ପୋଷ୍ଟ ସେୟାର କରି ସୋସିଆଲ ମିଡିଆରେ ଦେଇଛନ୍ତି ।
- " class="align-text-top noRightClick twitterSection" data="
">
ଫୈଜଲ ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ ପୋଷ୍ଟ ସେୟାର କରି ଲେଖିଛନ୍ତି, 'ସମସ୍ତ ସତର୍କତା ଅବଲମ୍ବନ କରିବା ସତ୍ତ୍ବେ ମୋର କୋଭିଡ -19 ରିପୋର୍ଟ ପଜିଟିଭ ଆସିଛି। ମୁଁ ଏବେ ଔଷଧ ସେବନ କରି ବିଶ୍ରାମ ନେଉଛି । ଯେଉଁମାନେ ଗତ କିଛି ଦିନ ମଧ୍ୟରେ ମୋ ସହିତ ଯୋଗାଯୋଗ କରିଛନ୍ତି ସେମାନେ ନିଜର କୋରୋନା ଟେଷ୍ଟ କରିବା ଉଚିତ । ଦୟାକରି ଘରେ ରୁହନ୍ତୁ ଏବଂ ମାସ୍କ ପିନ୍ଧନ୍ତୁ'।
ଏବେ ଫୈଜଲଙ୍କ ଏହି ପୋଷ୍ଟରେ ଅନେକ ସେଲିବ୍ରିଟି ଏବଂ ଫ୍ୟାନ୍ସ ତାଙ୍କର ଶୀଘ୍ର ଆରୋଗ୍ୟ କାମନା କରିଛନ୍ତି ।