ମୁମ୍ବାଇ: ଭାରତ-ଚୀନ ସୀମାରେ ଚାଲିଥିବା ବିବାଦକୁ ଦୃଷ୍ଟିରେ ରଖି ସରକାର ଚୀନର 59 ଆପକୁ ଭାରତରେ ବ୍ୟାନ କରିବାର ନିଷ୍ପତ୍ତି ନେଇଛନ୍ତି । ଏଥିରେ ଟିକଟକଠୁ ନେଇ ୟୁସି ନ୍ୟୁଜ, ୟୁସି ବ୍ରାଉଜର, ସେୟାରଇଟ, ଭିଚାର୍ଟ ଓ କ୍ୟାମସ୍କାନର ଭଳି ଆପ୍ ସାମିଲ ଅଛି । ଏହି ମାମଲାରେ ଅନେକ ଟିଭି, ବଲିଉଡ ସେଲିବ୍ରିଟି ସରକାରଙ୍କୁ ସପୋର୍ଟ କରି ନିଜ ଫୋନରୁ ସବୁ ଚୀନ ଆପ ଡିଲିଟ ମଧ୍ୟ କରିସାରିଲେଣି । ଏବେ ଏଥିରେ ସାମିଲ ହୋଇଛନ୍ତି ଟେଲି ଅଭିନେତ୍ରୀ ରଶ୍ମୀ ଦେସାଇ । ଏହି ମାମଲାରେ ପ୍ରତିକ୍ରିୟା ଦେଇ ସେ ଚର୍ଚ୍ଚାରେ ।
ଏକ ଭିଡିଓ ଚାର୍ଟରେ ସେ କହିଛନ୍ତି, ‘ମୁଁ କହିବାକୁ ଚାହେଁ ଯେ କିଛି ମାସରୁ ଭାରତରେ ଯେପରି ଜଟିଳ ପରିସ୍ଥିତି ଦେଖିବାକୁ ମିଳୁଛି, ଏହାଦ୍ବାରା ମସ୍ତିଷ୍କରେ ଖରାପ ପ୍ରଭାବ ପଡୁଛି । ଆମ ସରକାର ଚୀନ ଆପ ବ୍ୟାନ କରିଛନ୍ତି । ଏହି ନିଷ୍ପତ୍ତି ସେ ଭାବିଚିନ୍ତି ନେଇଛନ୍ତି । ଆମକୁ ଆମ ରିୟଲ ହିରୋଙ୍କ ବିଷୟରେ ଭାବିବାର ଅଛି । ଯେଉଁମାନେ କିଛି ହାସଲ କରୁନାହାଁନ୍ତି , ସମ୍ମାନ ମଧ୍ୟ ନୁହେଁ । ଏଭଳି ପରିସ୍ଥିତିରେ ଆମକୁ ଏକଜୁଟ ହେବାର ଅଛି । ଆଉ ଆର୍ମୀକୁ ସପୋର୍ଟ କରିବାକୁ ପଡିବ । ତାଙ୍କୁ ଭାରତୀୟ ହେବାର ଶକ୍ତି ଦେଖାଇବାକୁ ପଡିବ ।’
ପ୍ରକାଶ ଥାଉକି ନିକଟରେ ରଶ୍ମୀ ନିଜ ଡିପ୍ରେସନ ବିଷୟରେ ଆଲୋଚନା କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲେ ।