ମୁମ୍ବାଇ: ବିଗବସ ଫେମ ସିଦ୍ଧାର୍ଥ ଶୁକ୍ଲାଙ୍କ ଫ୍ୟାନ୍ସଙ୍କ ଖୁସି ନକହିଲେ ସରେ । କାରଣ ତାଙ୍କ ଫେଭଟେର ଆକ୍ଟରଙ୍କ ନାମରେ ଯୋଡି ହେଲା ଆଉ ଏକ ଟ୍ୟାଗ । ଯାହାକୁ ନେଇ ବର୍ତ୍ତମାନ ସୋସିଆଲ ମିଡିଆରେ ସେଲିବ୍ରେଶନ କରୁଛନ୍ତି ସମସ୍ତେ । କାରଣ ଟାଇମ୍ସ ମୋଷ୍ଟ ଡିଜାୟରେବଲ ମ୍ୟାନ ଟିଭି 2020ରେ ଟପ୍ରେ ସ୍ଥାନ ପାଇଛନ୍ତି ସେ । ଦ୍ବିତୀୟ ଥର ସେ ଟପ୍ ସ୍ଥାନରେ ଅକ୍ତିଆର କରିଛନ୍ତି ।
ଏହି ଅବସରରେ ସେ କହିଛନ୍ତି, ‘ମୁଁ ଏହା ପସନ୍ଦ କରେ। କିଏ ଇଚ୍ଛା କରେ ଡିଜାୟରେବଲ ହେବାକୁ? ହେଲେ ମତେ ଖରାପ ଲାଗିବନି ଯଦି ମତେ ସ୍ଥାୟୀ ଭାବେ ଏହି ସ୍ଥାନରେ ରଖାଯିବ । ସତ କହିବାକୁ ଗଲେ, ମୁଁ କିଛି ଆଶା କରେ ନାହିଁ । ମୁଁ ମୋର କାର୍ଯ୍ୟ କରି ଖୁସି, ମୋ ଦର୍ଶକଙ୍କୁ ମନୋରଞ୍ଜନ କରେ, ଏବଂ ବାକି ସବୁ ଛାଡିଦିଏ । ଶେଷରେ ସେମାନଙ୍କର ପ୍ରେମ ହିଁ ଆମକୁ ପୁରସ୍କାରରେ ପୁରସ୍କୃତ କରାଏ ।’
ଏହାବ୍ୟତୀତ ସିଦ୍ଧାର୍ଥ ନିଜ ଡେବ୍ୟୁ ସିରିଜ 'Broken But Beautiful 3'ରେ ନଜର ଆସିଥିଲେ । ଯାହା ନିକଟରେ ଅଲ୍ଟ ବାଲାଜୀରେ ରିଲିଜ ହୋଇଥିଲା । ଏହି ରୋମାଣ୍ଟିକ ଡ୍ରାମା ସିରିଜ ତାଙ୍କୁ ପୁଣିଥରେ ସଫଳତା ଯୋଗାଇଛି । ଯାହାକୁ ସେ ଖୁସି ଅଛନ୍ତି ।