ETV Bharat / sitara

ଜାମିନ ପରେ ପ୍ରଥମଥର ମୁହଁ ଖୋଲିଲେ ପର୍ଲ, ବଖାଣିଲେ ଦୁଃଖ

ସୋସିଆଲ ମିଡିଆରେ ଏକ ପୋଷ୍ଟ କରି ମନ କଥା କହିଲେ ପର୍ଲ । ତାଙ୍କ ଉପରେ ଲାଗିଛି ଦୁଷ୍କର୍ମ ଅଭିଯୋଗ । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ପର୍ଲ ଭି ପୁରୀ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ପର୍ଲ ଭି ପୁରୀ
author img

By

Published : Jun 29, 2021, 12:32 PM IST

ମୁମ୍ବାଇ: ‘ନାଗିନ’ ଫେମ ଆକ୍ଟର ପର୍ଲ ଭି ପୁରୀ କିଛି ଦିନରୁ ଚର୍ଚ୍ଚାରେ ରହିଆସୁଛନ୍ତି । ଗତ 4 ତାରିଖରେ ତାଙ୍କ ଉପରେ ନାବାଳିକା ଦୁଷ୍କର୍ମ ଅଭିଯୋଗ ଲାଗିଥିଲା । ଯାହା ପାଇଁ ତାଙ୍କୁ ଗିରଫ କରିଥିଲା ମୁମ୍ବାଇ ପୋଲିସ । 14 ଦିନ ପାଇଁ ନ୍ୟାୟିକ ହେପାଜତରେ ରହିବା ପରେ ତାଙ୍କୁ ଜାମିନ ମିଳିସାରିଛି । ଏବେ ଏହି ମାମଲାରେ ପ୍ରଥମଥର ମୁହଁ ଖୋଲିଛନ୍ତି ଅଭିନେତା ।

ସେ ଇନଷ୍ଟାଗ୍ରାମରେ ଏକ ପୋଷ୍ଟ କରି ଲେଖିଛନ୍ତି, ‘ଜୀବନ ନିଜ ହିସାବରେ ସମସ୍ତଙ୍କର ପରୀକ୍ଷା ନିଏ । ମୁଁ ଗତ ବର୍ଷ ମୋ ଜେଜେମା'ଙ୍କୁ ହରାଇଥିଲି । ଆଉ ତାଙ୍କ ମୃତ୍ୟୁର 17 ଦିନ ପରେ ମୁଁ ବାପାଙ୍କୁ ହରାଇଲି । ବାପାଙ୍କ ମୃତ୍ୟୁ ପରେ ମୋ ମା'ଙ୍କ କ୍ୟାନ୍ସର ଚିକିତ୍ସା ଚାଲିଥିଲା । ସେହିପରି ଗତ କିଛି ଦିନରୁ ମୋ ସହ ଯାହା ଘଟିଛି ତାହା କୌଣସି ଭୟଙ୍କର ସ୍ବପ୍ନଠାରୁ କମ୍ ନୁହେଁ । ଗୋଟିଏ ରାତି ମଧ୍ୟରେ ମୋତେ ଏମିତି ଅନୁଭବ ହେଲା ଯେମିତି ମୁଁ କ୍ରିମିନାଲ। ଏହି ସବୁ ମା’ଙ୍କ କ୍ୟାନ୍ସର ଚିକିତ୍ସା ମଧ୍ୟରେ ଘଟୁଥିଲା ।’

ସେହିପରି ସେ ଆହୁରି କହିଛନ୍ତି, ‘ଏହି ଘଟଣା ମୋତେ ଅସହାୟ କରିଦେଲା । ମୁଁ ତଥାପି ଚକିତ ଅଛି। କିନ୍ତୁ ବର୍ତ୍ତମାନ ମୁଁ ଅନୁଭବ କରୁଛି ଯେ ଏପରି ସମୟରେ ମୋର ବନ୍ଧୁ, ପ୍ରଶଂସକ ଏବଂ ସେହି ଲୋକଙ୍କୁ ଧନ୍ୟବାଦ ଦେବାର ସମୟ ଆସିଛି, ଯେଉଁମାନେ ମୋତେ ବହୁତ ସମର୍ଥନ କରୁଛନ୍ତି ଏବଂ ମୋତେ ପ୍ରେମ ଦେଉଛନ୍ତି । ମୋ ଉପରେ ତୁମର ବିଶ୍ବାସ ରଖିଥିବାରୁ ଧନ୍ୟବାଦ । ସତ୍ୟମେବ ଜୟତେ ଉପରେ ମୋର ସର୍ବଦା ଅଦମ୍ୟ ବିଶ୍ବାସ ରହିଆସିଛି । ମୋର ନ୍ୟାୟ ଏବଂ ଆଇନ ଶୃଙ୍ଖଳା ଏବଂ ଭଗବାନଙ୍କ ଉପରେ ମଧ୍ୟ ବିଶ୍ବାସ ଅଛି । ଦୟାକରି ତୁମର ପ୍ରାର୍ଥନାର ଆବଶ୍ୟକ ଅଛି ।’

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.