ହାଇଦ୍ରାବାଦ: ଆଉନାହାଁନ୍ତି ତେଲୁଗୁ ଟେଲିଭିଜନ ଦୁନିଆର ପପୁଲାର ଅଭିନେତ୍ରୀ ଝାନ୍ସି । ଗତକାଲି ରାତିରେ ନିଜ ବାସଭବନରେ ଆତ୍ମହତ୍ୟା କରିଛନ୍ତି 'ପବିତ୍ର ବନ୍ଧନମ'ର ପରିଚିତ ଅଭିନେତ୍ରୀ ଝାନ୍ସି । ତେବେ ଆତ୍ମହତ୍ୟାର କାରଣ ପ୍ରେମ ଓ ପ୍ରତାରଣା ବୋଲି ପ୍ରକାଶ ।
ସୁତ୍ରାନୁଯାୟୀ, ଝାନ୍ସି ଗତକାଲି ଫ୍ୟାନରେ ଝୁଲି ନିଜ ବାସଭବନରେ ଆତ୍ମହତ୍ୟା କରିଛନ୍ତି । ଝାନ୍ସିଙ୍କ ବାସଭବନରୁ ପୋଲିସ ଗୋଟିଏ ଚିଠି ମଧ୍ୟ ଜବତ କରିଛନ୍ତି କିନ୍ତୁ ସେଥିରେ କଣ ଲେଖାଯାଇଛି ତାହା ଏପର୍ଯ୍ୟନ୍ତ ପୋଲିସ ଖୁଲାସା କରିନାହାଁନ୍ତି । ବିଜୟୱାଡାର ଜଣେ ଯୁବକଙ୍କ ସହ ଝାନ୍ସି ଦୀର୍ଘଦିନରୁ ପ୍ରେମ ସମ୍ପର୍କରେ ଥିଲେ । କିନ୍ତୁ ଝାନ୍ସିଙ୍କ ପ୍ରେମିକ ତାଙ୍କୁ ବିବାହ କରିବାକୁ ମନା କରିଦେଇଥିଲେ, ଯାହାକି ଝାନ୍ସିଙ୍କୁ ଆତ୍ମହତ୍ୟା କରିବାକୁ ବାଧ୍ୟ କରିଥିଲା ।
ଶ୍ରୀନଗର କଲୋନୀର ଏକ ଆପାର୍ଟମେଣ୍ଟରେ ଝାନ୍ସି ଏକା ରହୁଥିଲେ । ଝାନ୍ସିଙ୍କ ମୃତ୍ୟୁ ଦେଖି ଆପାର୍ଟମେଣ୍ଟର କେୟାଟଟେକର ପୋଲିସକୁ ଖବର ଦେଇଥିଲେ । ତେବେ ପୋଲିସ ଏପର୍ଯ୍ୟନ୍ତ ଝାନ୍ସିଙ୍କ ପ୍ରେମିକ ତଥା ପରିବାର ବିଷୟରେ କୌଣସି ଖବର ପ୍ରକାଶ କରିନାହାଁନ୍ତି । କିନ୍ତୁ ପୋଲିସ ଏହାକୁ ନେଇ ତଦନ୍ତ ଜାରି ରଖିଛି ।