ମୁମ୍ବାଇ: ଗତ ସପ୍ତାହରେ ଡାକ୍ତରଖାନାରୁ ଡିସଚାର୍ଜ ହେବା ପରେ ଅଭିନେତ୍ରୀ ସୁରେଖା ସିକ୍ରିଙ୍କ ସ୍ବାସ୍ଥ୍ୟ ଅବସ୍ଥାରେ ବହୁତ ଉନ୍ନତି ହୋଇଛି ।
ସୁରେଖାଙ୍କ ମ୍ୟାନେଜର ବିବେକ ସିଦ୍ଧୱାନୀଙ୍କ କହିବାନୁସାରେ, ସେ ବହୁତ ଭଲ ଅନୁଭବ କରୁଛନ୍ତି ଏବଂ ସେ ପୁନର୍ବାର କାମ ଆରମ୍ଭ କରିବାକୁ ନେଇ ଆଗ୍ରହୀ ଅଛନ୍ତି ।
ଜାତୀୟ ପୁରସ୍କାର ବିଜେତା ଅଭିନେତ୍ରୀଙ୍କ ଦ୍ବିତୀୟ ଥର ପାଇଁ ବ୍ରେନ ଷ୍ଟ୍ରୋକ ହେବା ଯୋଗୁଁ ସେ ସେପ୍ଟେମ୍ବର 8ରେ ମୁମ୍ବାଇର ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ ।
ଏବେ ଅଭିନେତ୍ରୀ ଡାକ୍ତରଖାନାରୁ ଡିସଚାର୍ଜ ହେବା ପରେ ଘରକୁ ଫେରିଛନ୍ତି ।
ସୁରେଖାଙ୍କୁ ଗତ ବର୍ଷ ଓଟିଟି ପ୍ଲାଟଫର୍ମରେ ମୁକ୍ତିଲାଭ କରିଥିବା ଫିଲ୍ମ 'ଘୋଷ୍ଟ ଷ୍ଟୋରିଜ'ରେ ଶେଷ ଥର ପାଇଁ ଦେଖିବାକୁ ମିଳିଥିଲା ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ