ମୁମ୍ବାଇ: ସୋନି ଚିଭିରେ ପ୍ରସାରଣ ହେଉଥିବା ଡାନ୍ସ ରିୟାଲିଟି ଶୋ 'ସୁପର ଡାନ୍ସର-3'ରେ କୁନି କୁନି ପିଲାଙ୍କ ଦମଦାର ଡାନ୍ସ ଦେଖିବାକୁ ମିଳୁଛି । ଇତିମଧ୍ୟରେ ଏହି ଶୋର ଜଜ ତଥା ଅଭିନେତ୍ରୀ ଶିଳ୍ପା ସେଟ୍ଟୀ କିଛି ଏମିତି କରିଛନ୍ତି, ଯାହାର ଚର୍ଚ୍ଚା ବର୍ତ୍ତମାନ ସବୁଆଡେ ଚାଲିଛି । କଥାଟି ହେଲା କି ସେ ଶୋରେ ଜଣେ ପ୍ରତିଯୋଗୀଙ୍କ ପାଦକୁ କିସ କରି ଫ୍ୟାନ୍ସଙ୍କୁ ଆଶ୍ଚର୍ଯ୍ୟ କରିଦେଇଛନ୍ତି ।
ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି । ଶିଳ୍ପାଙ୍କୁ ଜଣେ ପ୍ରତିଯୋଗୀଙ୍କ ଡାନ୍ସ ଏତେ ପସନ୍ଦ ଆସିଥିଲା କି ସେ ତାଙ୍କୁ ପ୍ରଶଂସା କରିବାରେ ରୋକିପାରିନଥିଲେ ।
- " class="align-text-top noRightClick twitterSection" data="
">
ପ୍ରକାଶ ଥାଉକି କୋଲକାତାରୁ ଆସିଥିବା ରୁପସା ବତବ୍ୟାଲଙ୍କ ଜବରଦସ୍ତ ଡାନ୍ସରେ କେବଳ ଶିଳ୍ପା ନୁହେଁ ଦର୍ଶକଙ୍କୁ ମଧ୍ୟ ଖୁବ୍ ପ୍ରଭାବିତ ହୋଇଛନ୍ତି । ପ୍ରାୟ ରୁପସାଙ୍କ ସବୁ ଡାନ୍ସ ପରଫର୍ମନ୍ସରେ ଶୋର ତିନି ଜଜ ଶିଳ୍ପା, ଅନୁରାଗ ବାସୁ ଓ ଗୀତା କପୁର ଖୁବ୍ ପ୍ରଶଂସା କରୁଥିବାର ନଜର ଆସିଥାଆନ୍ତି ।
- " class="align-text-top noRightClick twitterSection" data="
">
ଜଣାଇ ଦେଉଛୁ ଯେ ଜୁନ 23 ତଥା ରବିବାର 'ସୁପର ଡାନ୍ସର-3'ର ଫିନାଲେ ହେବାକୁ ଯାଉଛି । ଏହି ଏପିସୋଡରେ ସୁଟ ପୂର୍ବରୁ ହୋଇସାରିଲାଣି । ଖାଲି ଏତିକି ନୁହେଁ ଏହି ଫିନାଲେରେ ଶିଳ୍ପା ମଧ୍ୟ ଭାରତନାଟ୍ୟମ କରୁଥିବାର ଦେଖାଯିବେ । ଯାହାର ଝଲକ ପୂର୍ବରୁ ଟେଲିଭିଜନରେ ଦେଖିବାକୁ ମିଳୁଛି । ସୋନି ଟିଭିରେ ପ୍ରସାରିତ ହେଉଥିବା ଏହି ଶୋକୁ ଅଭିନେତା ରିତ୍ବିକ ଧନଜାନୀ ହୋଷ୍ଟ କରୁଛନ୍ତି ।