ମୁମ୍ବାଇ: ନିକଟରେ ବାପା ହୋଇଛନ୍ତି କମେଡି କିଙ୍ଗ୍ କପିଲ ଶର୍ମା । ମଙ୍ଗଳବାର ଏକ କନ୍ୟା ସନ୍ତାନଙ୍କୁ ଜନ୍ମ ଦେଇଥିଲେ ପତ୍ନୀ ଗିନ୍ନୀ ଚତରଥ । ଯାହାର ସୂଚନା ସେ ନିଜ ଟ୍ବିଟର ହ୍ୟାଣ୍ଡେଲ ଜରିଆରେ ଦେଇଥିଲେ । ଏହାପରେ ସମସ୍ତେ ସେହି ପୋଷ୍ଟରେ କପିଲଙ୍କୁ ଶୁଭେଚ୍ଛା ଦେଇଥିଲେ ।
ତେବେ ଏହି ଶୁଭେଚ୍ଛା ଦେବା ଲିଷ୍ଟରେ ଏମିତି ଜଣେ ସାମିଲ ଥିଲେ ଯିଏ କପିଲଙ୍କ ପାଇଁ ଖୁବ୍ ଖାସ୍ । ସେ ଆଉ କେହି ନୁହନ୍ତି , ସେ ହେଉଛନ୍ତି ସୁନୀଲ ଗ୍ରୋଭର । ହଁ ଆଜ୍ଞା, ଠିକ୍ ଶୁଣିଛନ୍ତି ସୁନୀଲ କପିଲଙ୍କ ବାପା ହେବା ନେଇ ଶୁଭେଚ୍ଛା ଜଣାଇଛନ୍ତି । ଟ୍ବିଟର କମେଣ୍ଟରେ ସେ ଲେଖିଥିଲେ, ଶୁଭେଚ୍ଛା । ଭଲପାଇବା ଏବଂ ଆର୍ଶୀବାଦ । ତେବେ କପିଲଙ୍କ ଏହି ଖୁସିରେ ସୁନୀଲଙ୍କ ସାମିଲ ହେବା ସମସ୍ତଙ୍କୁ ଚକିତ କରିଛି ।
ଏଠାରେ ଆପଣଙ୍କୁ କହିରଖୁଛୁ ଯେ, 'ଦ କପିଲ ଶର୍ମା ଶୋ' (The Kapil Sharma Show)ର ପୂର୍ବ ସିଜନରେ କପିଲ ଏବଂ ସୁନୀଲଙ୍କ ମଧ୍ୟରେ ଏକ ବଡ ଧରଣର ଝଗଡା ହୋଇଥିଲା । ଯାହାପରେ ସୁନୀଲ କପିଲଙ୍କ ଶୋ' ଛାଡିଥିଲେ ।