ETV Bharat / sitara

'ସାରେଗାମାପା'ର ବିଜୟ ମୁକୁଟ ପିନ୍ଧିଲେ ସୁଗନ୍ଧା - little champs

ସାରେଗାମାପାର ବିଜେତା ହେଲେ ନାଗପୁରର 14 ବର୍ଷିୟ ଝିଅ ସୁଗନ୍ଧା ଦାତେ । ରବିବାର ସନ୍ଧ୍ୟାରେ ସାରେଗାମାପାର ଗ୍ରାଣ୍ଡ ଫିନାଲରେ ସମସ୍ତଙ୍କୁ ପଛରେ ପକାଇ ପାଞ୍ଚ କୋଟି ଟଙ୍କା ସହ ଟ୍ରଫି ଜିତିଛନ୍ତି ସୁଗନ୍ଧା ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ/ଇନଷ୍ଟାଗ୍ରାମ@ସୁଗନ୍ଧା ଦାତେ
author img

By

Published : Jun 10, 2019, 11:53 PM IST

ମୁମ୍ବାଇ: ଛୋଟ ପରଦାର ଲୋକପ୍ରିୟ ରିୟାଲିଟି ଶୋ 'ସାରେଗାମାପା ଲିଟିଲ ଚ୍ୟାପନ୍ସ' ସମସ୍ତଙ୍କୁ ମାତ ଦେଇ ବିଜେତା ହୋଇଛନ୍ତି 14 ବର୍ଷିୟ ଝିଅ ସୁଗନ୍ଧା ଦାତେ । ରବିବାର ଆୟୋଜିତ ହୋଇଥିବା ଏହି ଶୋରେ ପାଞ୍ଚ ଜଣ ପ୍ରତିଯୋଗିଙ୍କୁ ପଛରେ ପକାଇ ବିଜୟ ମୁକୁଟ ପିନ୍ଧିଛନ୍ତି ସୁଗନ୍ଧା । ସେହି ପାଞ୍ଚ ପ୍ରତିଯୋଗୀ ମଧ୍ୟରେ ସାମିଲ ଥିଲେ ଆୟୁଷ କେସୀ, ମହମ୍ମଦ ଫୈଜ, ଅନୁଷ୍କା ପାତ୍ରା, ପ୍ରୀତମ ଆଚାର୍ଯ୍ୟ ଓ ଆସ୍ଥା ଦାସ ।

ସୁଗନ୍ଧା ନିଜ ବିଜୟର ଶ୍ରେୟ ପିତା-ମାତା ଏବଂ ଗୁରୁ ଆନନ୍ଦ ଶର୍ମାଙ୍କୁ ଦେଇଛନ୍ତି । ପୁରସ୍କାର ସ୍ବରୂପ ତାଙ୍କୁ ପାଞ୍ଚ ଲକ୍ଷ ଟଙ୍କା ଏବଂ ଟ୍ରଫି ଦିଆଯାଇଛି । ସୁଗନ୍ଧା ନାଗପୁର ବାସିନ୍ଦା ହୋଇଥିବାବେଳେ ଝିଅର କ୍ୟାରିୟର ପାଇଁ ପାଞ୍ଚ ବର୍ଷ ହେଲାଣି ପିତାମାତା ମୁମ୍ବାଇରେ ରହିଆସୁଛନ୍ତି ।

ପାଞ୍ଚ ବର୍ଷ ପୂର୍ବେ ସେ ଯେତେବେଳେ 'ଇଣ୍ଡିଆନ ଆଇଡଲ ଜୁନିୟର'ରେ ଆସିଥିଲେ , ସେହି ଶୋରେ ସେ ଟପ ପାଞ୍ଚରେ ସାମିଲ ହୋଇଥିଲେ । ଏହାପରେ ମମି, ପାପା ନିଷ୍ପତ୍ତି ନେଇଥିଲେ କି ତାଙ୍କ କ୍ୟାରିୟର ପାଇଁ ନାଗପୁରରୁ ମୁମ୍ବାଇ ଟ୍ରାନ୍ସଫର ହୋଇଛନ୍ତି ।

ପ୍ରକାଶ ଥାଉକି ସୁଗନ୍ଧା 6 ବର୍ଷ ବୟସରୁ ଗୀତ ଗାଉଛନ୍ତି । ତାଙ୍କ ମା' ସଙ୍ଗୀତରେ ଏମଏ କରିଥିଲେ । ଆରମ୍ଭ ସମୟରେ ମା'ଙ୍କ ଠାରୁ ହିଁ ସେ ଗୀତ ଶିଖୁଥିଲେ । ସେ ଗୀତର ଟ୍ରେନିଂ 9 ବର୍ଷ ବୟସରେ ଆରମ୍ଭ କରିଥିଲେ ।

Intro:Body:

fsfs

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.