କଟକ: କଟକ ବାଲିଯାତ୍ରାର ରଙ୍ଗାରଙ୍ଗ କାର୍ଯ୍ୟକ୍ରମରେ ସମସ୍ତଙ୍କ ହାର୍ଟ ବିଟ୍ ବଢାଇଲେ ବଲିଉଡ ଗାୟିକା ତଥା ଓଡ଼ିଆ ଝିଅ ସୋନା ମହାପାତ୍ର ।
ସୋନାଙ୍କ ସଙ୍ଗୀତ ପରିବେଷଣ ସମୟରେ ନାଚି ଉଠିଲା ସାରା ପଡିଆ ଆଉ ଝୁମିଲେ ସମସ୍ତେ । ବାଲିଯାତ୍ରାରେ ଧୁମ୍ ମଚାଇଲେ ସିଙ୍ଗର ସୋନା ମହାପାତ୍ର । ଗୀତ ଅମ୍ବର ଶରୀୟାଠୁ ଆରମ୍ଭ କରି, ନସେସି ଚଢ ଗୟୀ ପର୍ଯ୍ୟନ୍ତ ସମସ୍ତ ଗୀତକୁ ବେଶ ମଜେଦାର ଢଙ୍ଗରେ ଗାଇଲେ ସୋନା ।
ଏହାସହ ତାଙ୍କର ପପୁଲାର ସଙ୍ଗ ରଙ୍ଗବତୀ ଗୀତରେ ମଧ୍ୟ ସମସ୍ତଙ୍କୁ ହଜାଇ ଦେଲେ ସୋନା । ତେବେ କଟକରେ ଏପରି ଆୟୋଜନକୁ ଜିଲ୍ଲା ପ୍ରଶାସନକୁ ଧନ୍ୟବାଦ ଦେବା ସହ ଏହା ତାଙ୍କର ଘର ବାହୁଡା ବୋଲି ସେ କହିଥିଲେ ସୋନା ।
କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ