ମୁମ୍ବାଇ: କୋରୋନା ଭାଇରସ ପାଇଁ 24 ମାର୍ଚ୍ଚରୁ ଦେଶରେ ଲକଡାଉନ୍ ଜାରି କରାଯାଇଥିଲା । ଯେଉଁଥିପାଇଁ ସମସ୍ତ କାର୍ଯ୍ୟ ବନ୍ଦ ହୋଇଯାଇଥିଲା । ବର୍ତ୍ତମାନ ଦେଶରେ ଜୁନ୍ 1 ରୁ ଅନଲକ୍ ହୋଇଛି । ଦୀର୍ଘ ସମୟ ପରେ ଟିଭି ସିରିଏଲର ସୁଟିଂ ଆରମ୍ଭ ହେଉଛି ।
ସୂଚନାଅନୁଯାୟୀ, ଟିଭି ସିରିଏଲର ସୁଟିଂ ଜୁନ୍ 22 ରୁ ଆରମ୍ଭ ହେବ । ଜୁଲାଇରୁ ଦର୍ଶକମାନେ ସେମାନଙ୍କର ପ୍ରିୟ ସିରିଏଲ୍ ର ନୂଆ ଏପିସୋଡ୍ ଦେଖିବାକୁ ପାଇବେ ।
ଜୁନ୍ 22 ରୁ ଜି-ଟିଭିର ସମସ୍ତ ସିରିଏଲର ସୁଟିଂ ଆରମ୍ଭ ହେବାକୁ ଯାଉଛି ।
ଜୁଲାଇରେ 'ଗୁଦାନ ତୁମ ସେ ନା ହୋ ପାୟେଗା', 'କୁମ୍କୁମ ଭାଗ୍ୟ', 'କୁଣ୍ତଲି ଭାଗ୍ୟ', 'ତୁଜସେ ହେ ରବାତା' ଭଳି ଶୋର ନୂଆ ଏପିସୋଡ୍ ଦେଖିବାକୁ ମିଳିବ ।
ଏହି ପର୍ଯ୍ୟାୟରେ, ସରକାର ଅନେକ ନିର୍ଦ୍ଦେଶାବଳୀ ପ୍ରସ୍ତୁତ କରିଛନ୍ତି, ଯାହା ଅନୁଯାୟୀ ବର୍ତ୍ତମାନ 2 ମିଟର ଦୂରତା ସହିତ, ହାତ ମିଳାଇବାକୁ, ଏକାଠି ମଧ୍ୟାହ୍ନ ଭୋଜନ କରିବାକୁ ବାରଣ କରାଯାଇଛି । ଏଥିସହିତ ବିବାହ ଦୃଶ୍ୟ ଦେଖାଯିବ ନାହିଁ । ଏଭଳି ପରିସ୍ଥିତିରେ ଶୁଟିଂ ଅଭିଜ୍ଞତା ଏବଂ ଶୋର କାହାଣୀ ବହୁତ ଭିନ୍ନ ଦେଖାଯିବାକୁ ଯାଉଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ