ମୁମ୍ବାଇ: ଫେମସ ଟେଲିଭିଜନ ଅଭିନେତା ଶରଦ ମାଲହୋତ୍ରା କୋରୋନା ପଜିଟିଭ ବୋଲି ଜଣାପଡିଛି । ଅଭିନେତା ଏ ବିଷୟରେ ନିଜେ ସୂଚନା ଦେଇଛନ୍ତି ।
ଶରଦ କହିଛନ୍ତି, ‘ମୋର କୋରୋନା ରିପୋର୍ଟ ପଜିଟିଭ ଆସିଛି । ଖୁସିର କଥା ମୋ ପତ୍ନୀଙ୍କ କୋରୋନା ରିପୋର୍ଟ ନେଗେଟିଭ ବାହାରିଛି । ଆମେ ସମସ୍ତ ଆବଶ୍ୟକୀୟ ସତର୍କତା ଅବଲମ୍ବନ କରୁଛୁ । ମୁଁ ଡାକ୍ତରଙ୍କ ତତ୍ତ୍ବାବଧାନରେ ହୋମକ୍ବାରେଣ୍ଟାଇନରେ ଅଛି । ମୋ ପାଇଁ ପ୍ରାର୍ଥନା କରନ୍ତୁ ଏବଂ ମୁଁ ପ୍ରତିଜ୍ଞା କରୁଛି ଯେ ମୁଁ ଶୀଘ୍ର ଫିଟ ହୋଇ ଫେରିବି’ ।
ଶରଦ ବର୍ତ୍ତମାନ ଏକତା କପୁରଙ୍କ ହିଟ୍ ସିରିଏଲ୍ 'ନାଗିନ୍ -5'ରେ ବୀର ଭୂମିକାରେ ଅଭିନୟ କରୁଛନ୍ତି ।
ଏହା ବ୍ୟତୀତ ଶରଦଙ୍କୁ 'ବନୁ ମେଁ ତେରି ଦୁଲହନ୍ ମେ'ରେ ମଧ୍ୟ ଦେଖିବାକୁ ମିଳିଥିଲା । ଯେଉଁଥିରେ ଦିବ୍ୟଙ୍କା ତ୍ରିପାଠୀ ତାଙ୍କ ସହ ମୁଖ୍ୟ ଭୂମିକାରେ ନଜର ଆସିଥିଲେ । ଏହି ସିରିଏଲରେ ଉଭୟଙ୍କ ଯୋଡିକୁ ପ୍ରଂଶସକମାନେ ବହୁତ ପସନ୍ଦ କରୁଥିଲେ ।
ପ୍ରକାଶ ଥାଉ ଯେ, ଶରଦଙ୍କ ପୂର୍ବରୁ ଗୁରୁମିତ,ଦେବିନା, ଶ୍ବେତା ତିୱାରୀ, ରାଜେଶ୍ବରୀ ସଚ୍ଚଦେବ, ହିମାନୀ ଶିବପୁରୀ, ହିମାଂଶୁ ସୋନି, ଶ୍ରେନୁ, କରମ୍ ରାଜପାଲ, ସଞ୍ଜୟ ଗଗନାନି ଏବଂ ରାହୁଲ ସୁଧୀରଙ୍କ ସମେତ ଅନେକ ଟିଭି ସେଲିବ୍ରିଟି କୋରୋନାରେ ସଂକ୍ରମିତ ହୋଇଥିଲେ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ