ମୁମ୍ବାଇ: ଲୋକପ୍ରିୟ ଧାରାବାହିକ ‘ଚନ୍ଦ୍ରକାନ୍ତ’ର ନିର୍ଦ୍ଦେଶକ ନୀରଜା ଗୁଲେରୀଙ୍କ 45 ବର୍ଷିୟ ପୁଅଙ୍କ ବିରୋଧରେ ଛ' ବର୍ଷିୟ ଶିଶୁ ସହ ଅସଦାଚରଣ କରିବାର ଆରୋପ ଆସିଛି । ଏହି ଅଭିଯୋଗ ଆଧାରରେ ତାଙ୍କ ନାଁରେ ଏକ ମାମଲା ରୁଜୁ ହୋଇଛି । ଯାହାର ସୂଚନା ପୋଲିସ ସୋମବାର ଦେଇଛି । ପୀଡିତ ଶିଶୁର ପିତା ଏହି ଅଭିଯୋଗ ଆଣିବା ପରେ ପୋକ୍ସୋ ଆକ୍ଟରେ ମାମଲା ରୁଜୁ ହୋଇଛି ।
ପୋଲିସ କହିଛି କି ପ୍ରାଥମିକ ତଦନ୍ତରେ ଏହି କଥା ସ୍ପଷ୍ଟ ହୋଇଛି ଯେ 45 ବର୍ଷିୟ ଏହି ଅଭିଯୁକ୍ତ ମାନସିକ ସ୍ତରରେ ଅସ୍ଥିର ଅଛନ୍ତି । ଚିକିତ୍ସା ତଦନ୍ତ ପରେ ଆଗାମୀ କାର୍ଯ୍ୟାନୁଷ୍ଠାନ ନିଆଯିବ । ଏଯାବତ ଅଭିଯୁକ୍ତକୁ ଗିରଫ କରାଯାଇନାହିଁ । ଦିଲ୍ଲୀରେ ଏପରି ଅଭିଯୋଗ ପ୍ରଥମଥର ସାମ୍ନାକୁ ଆସିଛି । ଯେଉଁଠାରେ ଜଣେ ଛୁଆଙ୍କୁ କିସ ଦେବା ଉପରେ କେସ ରୁଜୁ କରାଯାଇଛି।
ପ୍ରକାଶ ଥାଉକି ପୋଲିସ ଅଧିକାରୀଙ୍କ ଅନୁସାରେ ଏହି ଘଟଣା ରବିବାର ସକାଳେ 8ଟାରେ ଲୋଧୀ ଗାର୍ଡନରେ ଘଟିଥିଲା । ପୀଡିତଙ୍କ ପିତା ଜଣେ ଓକିଲ ଏବଂ ଫରିଦାବାଦରେ ରହୁଛନ୍ତି । ସେ ନିଜ ପରିବାରକୁ ରବିବାର ସକାଳେ ଲୋଧୀ ଗାର୍ଡନ ବୁଲାଇବାକୁ ଆଣିଥିଲେ । ଯେତେବେଳେ ସେ କାରରୁ କିଛି ଜିନିଷ କାଢିବାକୁ ଯାଇଥିଲେ ତେବେ ଅଭିଯୁକ୍ତ ତାଙ୍କ ଶିଶୁକୁ କିସ୍ କରିବା ଆରମ୍ଭ କରିଦେଇଥିଲା । ଏହାପରେ ପୀଡିତଙ୍କ ପିତା ପୋଲିସକୁ ସୂଚନା ଦେଇଥିଲେ । ଏହା ପରେ ଘଟଣାସ୍ଥଳରେ ତୁଗଲକ ଥାନା ପୋଲିସ ପହଞ୍ଚି ଏହାର ତଦନ୍ତ କରିଥିଲା।