ନୂଆଦିଲ୍ଲୀ : ଅଭିନୟ ଜଗତକୁ ବିଦାୟ ଜଣାଇଥିବା ଅଭିନେତ୍ରୀ ସନା ଖାନ ନଭେମ୍ବର 20ରେ ଗୁଜୁରାଟର ମୁଫତି ଅନସଙ୍କୁ ବିବାହ କରିଛନ୍ତି । ସେବେଠାରୁ ସନା ତାଙ୍କ ବିବାହ ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ସେୟାର କରିଆସୁଛନ୍ତି ।
ନିକଟରେ ସନା ମୁଫତିଙ୍କ ସହ ହନିମୁନ୍ ରେ କାଶ୍ମୀର ଯାଇଥିଲେ । ସେଠାରୁ ସେ ତାଙ୍କର କିଛି ଫଟୋ ସୋସିଆଲ ମିଡିଆରେ ସେୟାର କରିଥିଲେ ।
- " class="align-text-top noRightClick twitterSection" data="
">
ଏବେ ସନା ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ ଭିଡିଓ ସେୟାର କରିଛନ୍ତି, ଯେଉଁଥିରେ ସେ କୋରୋନା ଟେଷ୍ଟ କରୁଥିବାର ନଜର ଆସିଛନ୍ତି ।
ଭିଡିଓର କ୍ୟାପସନରେ ସନା ଲେଖିଛନ୍ତି, "କୋଭିଡ ଟେଷ୍ଟ" । ତାଙ୍କର ଏହି ଭିଡିଓ ଶ୍ରୀନଗର, ଜାମ୍ମୁ କାଶ୍ମୀରର ।
ସନାର ଏହି ଭିଡିଓରେ ତାଙ୍କ ପ୍ରଶଂସକମାନେ କମେଣ୍ଟ ବକ୍ସରେ ନିଜର ମନ୍ତବ୍ୟ ଦେଉଛନ୍ତି ।
ପ୍ରକାଶ ଥାଉ କି, ଗତ କିଛି ଦିନ ତଳେ ସନା ଏକ ପୋଷ୍ଟ ସେୟାର କରି ଫିଲ୍ମ ଜଗତ ଛାଡିବା ନେଇ ସୂଚନା ଦେଇଥିଲେ । ସେ ପୋଷ୍ଟରେ ଲେଖିଥିଲେ, ମୁଁ ଫିଲ୍ମ ଇଣ୍ଡଷ୍ଟ୍ରି ଛାଡି ଲୋକଙ୍କ ସେବା କରିବି ।