ମୁମ୍ବାଇ: ସଲମାନ ବର୍ତ୍ତମାନ ନିଜ ଅପକମିଙ୍ଗ୍ ଫିଲ୍ମ ଦବଙ୍ଗ 3ର ପ୍ରମୋଶନରେ ବ୍ୟସ୍ତ ଅଛନ୍ତି । ଫିଲ୍ମକୁ ହିଟ୍ କରାଇବା ପାଇଁ ସେ ପ୍ରମୋଶନରେ କୌଣସି ସୁଯୋଗ ଛାଡୁନାହାଁନ୍ତି । ନିକଟରେ ଭାଇଜାନ ତାଙ୍କ ଫିଲ୍ମକୁ ନେଇ ଏକ ବଡ ଖୁଲାସା କରିଛନ୍ତି ।
ଫିଲ୍ମ ପ୍ରମୋଶନ ସମୟରେ ଏହି ଖୁଲାସା କରିଛନ୍ତି ଭାଇଜାନ୍ । ସେ କହିଛନ୍ତି, ଦବଙ୍ଗ ପାଇଁ ମୁଁ ପ୍ରଥମ ପସନ୍ଦ ନଥିଲି । ଫିଲ୍ମରେ ଚୁଲବୁଲ୍ ପାଣ୍ଡେର ଚରିତ୍ର ମୋ ବଦଳରେ ଅଭିନେତା ରଣଦୀପ ହୁଡ୍ଡାଙ୍କୁ ଫାଇନାଲ କରାଯାଇଥିଲା । ରଣଦୀପଙ୍କ ସହ ଫିଲ୍ମରେ ଅରବାଜ ମଧ୍ୟ ନଜର ଆସିଥା'ନ୍ତେ । ଏହାସହ ଫିଲ୍ମର ବଜେଟକୁ ମାତ୍ର 2 କୋଟିରେ ଫାଇନାଲ କରାଯାଇଥିଲା ।
କିନ୍ତୁ ପରବର୍ତ୍ତୀ ସମୟରେ ଏହାକୁ ସଲମାନଙ୍କୁ ଅଫର କରାଯାଇଥିଲା । ମାତ୍ର ଫିଲ୍ମର କାହାଣୀ ଭାଇଜାନଙ୍କୁ ପସନ୍ଦ ଆସିନଥିଲା । ପରେ ସେ କାହାଣୀରୁ ବଦଳାଇବା ସହ ଫିଲ୍ମର ବଜେଟକୁ ମଧ୍ୟ ବଢାଇଥିଲେ । ଆଉ ଏହା ଦର୍ଶକଙ୍କୁ କେତେ ପସନ୍ଦ ଆସିଥିଲା । ତାହା କହିବାର ଆବଶ୍ୟକତା ନାହିଁ ।