ନୂଆଦିଲ୍ଲୀ: ରିୟାଲିଟି ଶୋ ‘ବିଗବସ ସିଜନ 14’ର ଫାଷ୍ଟ ରନର୍ସ ଅପ୍ ରାହୁଲ ବୈଦ ବର୍ତ୍ତମାନ ଚର୍ଚ୍ଚାରେ । ବିଗବସ ହାଉସରେ ସେ ଖେଳିଥିଲେ ଜବରଦସ୍ତ ଖେଳ । ଏହାବ୍ୟତୀତ ସେ ତାଙ୍କ ଲଭ ଲାଇଫକୁ ନେଇ ବେଶ ଚର୍ଚ୍ଚାରେ ।
ନିକଟରେ, ରାହୁଲ ଏବଂ ଦିଶା ଦୁହିଁଙ୍କ ବରବଧୂ ବେଶରେ ଫଟୋ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଥିଲା । ଯାହାକୁ ନେଇ ଫ୍ୟାନ୍ସମାନଙ୍କ ମନରେ ଅନେକ୍ ପ୍ରଶ୍ନ ଉଙ୍କି ମାରୁଥିଲା ।
- " class="align-text-top noRightClick twitterSection" data="">
ସର୍ବଶେଷରେ, ଏବେ ଫ୍ୟାନ୍ସଙ୍କ ଅପେକ୍ଷାର ଅନ୍ତ ହୋଇଛି । ବର୍ତ୍ତମାନ ରାହୁଲ ଏବଂ ଦିଶାଙ୍କ ବହୁ ପ୍ରତୀକ୍ଷିତ ଓ୍ବେଡିଙ୍ଗ ଲଭ ସଙ୍ଗ 'ମଧ୍ୟାଣୟା' ରିଲିଜ୍ ହୋଇଯାଇଛି । ଏହି ଗୀତରେ ରାହୁଲ ଏବଂ ଦିଶାଙ୍କ ଜବରଦସ୍ତ କେମେଷ୍ଟ୍ରି ଦେଖିବାକୁ ମିଳିଛି ।
ଏବେ ଏହି ଗୀତକୁ ଫ୍ୟାନ୍ସ ବହୁତ ପସନ୍ଦ କରୁଛନ୍ତି । ଏହି ଗୀତଟିକୁ ରିଲିଜ୍ ହେବାର ମାତ୍ର କିଛି ମିନିଟ୍ ପରେ 1 ଲକ୍ଷରୁ ଅଧିକ ଭ୍ୟୁଜ୍ ମିଳିସାରିଛି ।
ଗୀତର କାହାଣୀ ଏହା ଦର୍ଶାଏ ଯେ, ଗୋଟିଏ ଝିଅର ପିତାମାତା କିପରି ତାଙ୍କ ଝିଅର ପାଇଁ ପୁଅ ଖୋଜନ୍ତି ଏବଂ ବିବାହ ସମୟରେ ତାଙ୍କୁ ରାଣୀବେଶରେ ପୁଅ ଘରକୁ ପଠାନ୍ତି ।
'ମଧ୍ୟାଣୟା' ଗୀତକୁ ରାହୁଲ ଏବଂ ଆସିସ୍ କୌର ଗାଇଛନ୍ତି ।
ପ୍ରକାଶ ଥାଉ ଯେ, ଗୀତ'ୟାଦ ତେରୀ' ପରେ ଦିଶାଙ୍କ ସହ ଏହା ହେଉଛି ରାହୁଲଙ୍କ ଦ୍ବିତୀୟ ଗୀତ । ୟାଦ ତେରୀ 2019 ରେ ମୁକ୍ତିଲାଭ କରିଥିଲା ।