ମୁମ୍ବାଇ: ଫେମସ ହରିୟାଣୀ ଡାନ୍ସର ତଥା ବିଗ ବସ 13 ପ୍ରତିଯୋଗୀ ସପନା ଚୌଧୁରୀଙ୍କ ଫ୍ୟାନ୍ସଙ୍କ ସଂଖ୍ୟା କୌଣସି ସୁପରଷ୍ଟାର୍ସଙ୍କ ଠୁ କମ ନୁହେଁ । ତାଙ୍କ ଡାନ୍ସ ଜଲୱାର ସମସ୍ତେ ଦିୱାନା । ସପନାଙ୍କ ଗୀତ ୟୁଟ୍ୟୁବରେ ଆସିବା ମାତ୍ରେ ଭ୍ୟୁଜର ବନ୍ୟ ଦେଖିବାକୁ ମିଳିଥାଏ । ନିଜ ଡାନ୍ସ ପାଇଁ ଫେମସ ସପନା ସବୁବେଳେ ସୋସିଆଲ ମିଡିଆରେ ଆକ୍ଟିଭ ନଜର ଆସନ୍ତି । ଇତିମଧ୍ୟରେ ତାଙ୍କର ଏକ ପୋଷ୍ଟ ଖୁବ୍ ଭାଇରାଲ ହେବାରେ ଲାଗିଛି । ଯାହା ସୁପରଷ୍ଟାର ହ୍ରିତିକ ରୋଶନଙ୍କ ସହ ସମ୍ପୃକ୍ତ ଅଛି ।
ସେ ଇନଷ୍ଟାଗ୍ରାମରେ ନିଜର ଏକ ଭିଡିଓ ସେୟାର କରିଛନ୍ତି। ଯେଉଁଥିରେ ଡାନ୍ସିଂ କୁଇନ ସପନା ହ୍ରିତିକଙ୍କ ସୁପରହିଟ୍ ଫିଲ୍ମ ‘କହୋ ନା ପ୍ୟାର ହେ’ର ‘ଏକ ପଲ କା ଜିନା’ ଗୀତରେ ଡାନ୍ସ କରୁଥିବାର ନଜର ଆସୁଛନ୍ତି ।
- " class="align-text-top noRightClick twitterSection" data="
">
ପ୍ରକାଶ ଥାଉକି ସପନା ଯେଉଁ ଷ୍ଟେପରେ ଡାନ୍ସ କରୁଛନ୍ତି ତାହା ହ୍ରିତିକଙ୍କ ସିଗ୍ନେଚର ଡାନ୍ସ ଷ୍ଟେପ । ଯାହାକୁ ଏଯାବତ ଭୁଲି ନାହାଁନ୍ତି ଦର୍ଶକ । ସେହିପରି ଭିଡିଓର କ୍ୟାପସନରେ ସେ ଲେଖିଛନ୍ତି, ‘ବରସାତ କେ ମୌସମ ମେଁ । ନୂଆ ଡାନ୍ସ । ’ଆପଣ ବି ଦେଖନ୍ତୁ ସପନାଙ୍କ ଜଲୱା...