ମୁମ୍ବାଇ: ଫେମସ ଅଭିନେତ୍ରୀ ହିନା ଖାନଙ୍କ ଫ୍ୟାନ୍ସଙ୍କ ପାଇଁ ସାମ୍ନାକୁ ଆସିଲା ଗୁଡନ୍ୟୁଜ । ଯାହାକୁ ଶୁଣି ଖୁସି ହୋଇଯିବେ ଫ୍ୟାନ୍ସ । ଆଜ୍ଞା ହଁ, ଶୁଣିବାକୁ ମିଳୁଛି ହିନାଙ୍କୁ ଏକ ଫେମସ ଧାରବାହାକିରେ ଦେଖିବାକୁ ମିଳିବ । ସେ ଖୁବଶୀଘ୍ର ଲୋକପ୍ରିୟ ନିର୍ମାତା ଏକତା କପୁରଙ୍କ ପପୁଲାର ଟିଭି ଶୋ ‘ନାଗୀନ’ର ଆଗାମୀ ସିଜନ ‘ନାଗୀନ 5’ରେ ନଜର ଆସିବେ ।
ହିନା ‘ନାଗୀନ 5’ ସିଜନରେ ଅଭିନୟ କରିବାକୁ ରାଜି ହୋଇଯାଇଛନ୍ତି । ସେହିପରି ଦର୍ଶକ ଟିଭିରେ ହିନାଙ୍କୁ ନାଗୀନ ଅବତାରରେ ଦେଖିବାକୁ ଉତ୍ସାହିତ ଏବେଠୁ ହୋଇଗଲେଣି ।
ପ୍ରକାଶ ଥାଉକି ଆଉ କିଛି ଏପିସୋଡ ପରେ ‘ନାଗୀନ 4’ ଶେଷ କରିବାକୁ ଯାଉଛନ୍ତି ଏକତା । ଯାହାପରେ ସେ ନାଗୀନ 5ର ସୁଟିଂ ଆରମ୍ଭ କରିବେ । ନିକଟରେ ଏହାର ଘୋଷଣା ଏକତା ସୋସିଆଲ ମିଡିଆରେ କରିଥିଲେ ।