ନୂଆଦିଲ୍ଲୀ: ଫେମସ ଗାୟିକା ନେହା କକ୍କର ସ୍ବାମୀ ରୋହନପ୍ରୀତ ସିଂଙ୍କ ସହ ଏନଜୟ କରୁଛନ୍ତି । ନିକଟରେ ବିବାହ ବନ୍ଧନରେ ଆବଦ୍ଧ ହୋଇଥିବା ଏହି ଯୋଡି ହନିମୁନ ପାଇଁ ଦୁବାଇ ଯାଇଛନ୍ତି । ଆଉ ଯେଉଁଠାରେ ପରସ୍ପର ସହ ଖୁବ୍ ଖୁସି ନଜର ଆସୁଛନ୍ତି । ଏକଥା ଆମେ କହୁନାହୁଁ ବରଂ ସୋସିଆଲ ମିଡିଆରେ ଦେଖିବାକୁ ମିଳୁଛି ଦୁଇଜଣଙ୍କ ମସ୍ତି ।
ଏବେ ପୁଣିଥରେ ନେହା ତାଙ୍କ ହନିମୁନ୍ର ଫଟୋ ସେୟାର କରିଛନ୍ତି ।
- " class="align-text-top noRightClick twitterSection" data="
">
ଫଟୋ ଗୁଡ଼ିକରେ ନେହା ଏବଂ ରୋହନପ୍ରୀତ ଦୁବାଇର ସମୁଦ୍ର କୂଳରେ ଏକ ରୋମାଣ୍ଟିକ ଅନ୍ଦାଜରେ ନଜର ଆସିଛନ୍ତି ।
- " class="align-text-top noRightClick twitterSection" data="
">
ନେହାଙ୍କୁ ହନିମୁନ୍ରେ ଖୁସି କରିବା ପାଇଁ ରୋହନପ୍ରୀତ ମଧ୍ୟ ସମ୍ପୂର୍ଣ୍ଣ ବ୍ୟବସ୍ଥା କରିଛନ୍ତି ।
ଏକ ଫଟୋରେ ରୋହନପ୍ରୀତ ବାଲି ଉପରେ ନେହା ଆଇ ଲଭ ୟୁ ବୋଲି ମଧ୍ୟ ଲେଖିଛନ୍ତି । ତେବେ ଉଭୟଙ୍କ ପରିବାରର ସଦସ୍ୟ ମଧ୍ୟ ଏହି ଫଟୋ ଉପରେ କମେଣ୍ଟ ଦେଇଛନ୍ତି ।
ଏହି ଫଟୋରେ ନେହାଙ୍କ ଭାଇ ଟୋନି କକ୍କର ଲେଖିଛନ୍ତି, 'ଓଏ ହୋଏ କେତେ ସୁନ୍ଦର...'ନେହା ଏବଂ ରୋହନପ୍ରୀତଙ୍କ ଯୋଡି ପ୍ରଶଂସକଙ୍କ ମଧ୍ୟରେ ବହୁତ ଚର୍ଚ୍ଚିତ ।
ନେହା ଏବଂ ରୋହନପ୍ରୀତଙ୍କ ହନିମୁନ୍ର ଭିଡିଓ ଏବଂ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।
ପ୍ରକାଶ ଥାଉ କି, ବିବାହ ପୂର୍ବରୁ ଏହି ଦୁଇଜଣଙ୍କ ଏକ ମ୍ୟୁଜିକ ଭିଡିଓ ‘ନେହୁ ଦ ବିହା’ ରିଲିଜ ହୋଇଥିଲା ।