ETV Bharat / sitara

କୋରୋନାକୁ ହରାଇଲେ ମୋହିନା, ଭାଇ ଏବେ ବି ସଂକ୍ରମିତ - କୋରୋନାକୁ ହରାଇଲେ ମୋହିନା

ମୋହିନା କୁମାରୀ ସିଂ ତାଙ୍କ ସୋସିଆଲ ମିଡିଆ ମାଧ୍ୟମରେ ସୂଚନା ଦେଇଛନ୍ତି ଯେ ସେ କରୋନା ଭାଇରସ ଯୁଦ୍ଧରେ ଜିତିଛନ୍ତି । କିଛି ସମୟ ପରେ ସେ ପୁଣିଥରେ ନିଜ ସୋସିଆଲ ମିଡିଆରେ ଏକ ପୋଷ୍ଟ ସେୟାର କରିଛନ୍ତି । ଯେଉଁଥିରେ ସେ କହିଥିଲେ, ବର୍ତ୍ତମାନ ତାଙ୍କ ଭାଇ ଦିବ୍ୟରାଜ ସିଂଙ୍କ କରୋନା ପଜିଟିଭ୍ ବୋଲି ଜଣାପଡିଛି । ଅଧିକ ପଢନ୍ତୁ...

mohena kumari brother tests covid19 positive
କୋରୋନାକୁ ହରାଇଲେ ମୋହିନା, ଭାଇ ଏବେ ବି ସଂକ୍ରମିତ
author img

By

Published : Jul 2, 2020, 7:26 PM IST

ମୁମ୍ବାଇ: ଟିଭି ଅଭିନେତ୍ରୀ ମୋହିନା କୁମାରୀ ସିଂ କରୋନା ଭାଇରସ ଯୁଦ୍ଧରେ ଜିତିଛନ୍ତି । ତାଙ୍କ ପରିବାରର ଅନ୍ୟ ସଦସ୍ୟମାନେ ମଧ୍ୟ କରୋନା ସଂକ୍ରମିତ ହୋଇଥିଲେ । ସେମାନେ ମଧ୍ୟ ଏହାକୁ ପରାସ୍ତ କରିଛନ୍ତି । ଏହାର ସୂଚନା ମୋହିନା ସୋସିଆଲ ମିଡିଆ ମାଧ୍ୟମରେ ଜଣାଇଛନ୍ତି ।

ମୋହିନା ଏବଂ ତାଙ୍କ ପରିବାର ସଦସ୍ୟ ଋଷିକେଶ ଏମ୍ସରେ ଭର୍ତ୍ତି ହୋଇଥିଲେ ଏବଂ ସେମାନଙ୍କ ପରିବାର କିଛି ଦିନ ପୂର୍ବରୁ ସୁସ୍ଥ ହୋଇ ଘରକୁ ଫେରିଥିଲେ ।

ମୋହିନା ତାଙ୍କ ଇନଷ୍ଟାଗ୍ରାମ ପୋଷ୍ଟରେ ଲେଖିଛନ୍ତି, ଗୋଟିଏ ମାସ ପରେ, ଶେଷରେ ଆମର ସମସ୍ତଙ୍କ କୋରୋନା ରିପୋର୍ଟ ନେଗେଟିଭ ଆସିଛି । ଆମେ ସମସ୍ତେ ଆମ ପରିବାର ତରଫରୁ ଋଷିକେଶ ଏମ୍ସର ସମସ୍ତ ଡାକ୍ତରମାନଙ୍କୁ ଧନ୍ୟବାଦ ଜଣାଉଛୁ ।

ତେବେ ମୋହିନାଙ୍କ ଏହି ସୁଖ ବେଶୀ ଦିନ ରହିଲା ନାହିଁ କାରଣ କିଛି ଘଣ୍ଟା ପରେ ତାଙ୍କ ଭାଇ ଦିବ୍ୟରାଜ ସିଂଙ୍କ କରୋନା ପଜିଟିଭ୍ ବୋଲି ଜଣାପଡିଛି । ମଧ୍ୟପ୍ରଦେଶରେ ଦିବ୍ୟରାଜ ହେଉଛନ୍ତି ବିଜେପି ବିଧାୟକ ।

ମୋହିନା ତାଙ୍କ ଭାଇଙ୍କ ବିଷୟରେ ଇନଷ୍ଟାଗ୍ରାମରେ ଏକ ପୋଷ୍ଟ ମଧ୍ୟ ସେୟାର କରିଛନ୍ତି । ମୋହିନା ତାଙ୍କ ଭାଇଙ୍କ ପାଇଁ କିଛି ସ୍ୱାସ୍ଥ୍ୟ ଟିପ୍ସ ମଧ୍ୟ ସେୟାର କରିଛନ୍ତି।

ମୋହିନା ଲେଖିଛନ୍ତି, ତୁମର କୋରୋନା ରିପୋର୍ଟ ପଜିଟିଭ୍ ଆସିଛି, କିନ୍ତୁ ବିଶ୍ୱାସ କର ଏହାକୁ ଶୁଣିବାକୁ ଯେତିକି ଖରାପ ଲାଗେ, ସେତିକି ଖରାପ ନୁହେଁ । ଫଳ, ସବୁଜ ପନିପରିବା ଏବଂ ଡାଲି ସମେତ ଘରେ ତିଆରି ଖାଦ୍ୟ ଖାଇବା ଆରମ୍ଭ କରନ୍ତୁ । ପ୍ରତିଦିନ ଭିଟାମିନ୍ ସି ଟାବଲେଟ୍ ନିଅନ୍ତୁ । ଏସି ବ୍ୟବହାର କରନ୍ତୁ ନାହିଁ, ଉଷୁମ ପାଣି ପିଅନ୍ତୁ । ହଳଦି କ୍ଷୀର ପିଅନ୍ତୁ । ଆମ ପରିବାରର ସମସ୍ତଙ୍କ ତରଫରୁ ତୁମକୁ ବହୁତ ସାରା ଭଲପାଇବା ।

ପ୍ରକାଶ ଥାଉ କି, ମୋହିନାଙ୍କ ସ୍ୱାମୀ, ତାଙ୍କ ଶାଶୁ ମଧ୍ୟ କରୋନା ଆକ୍ରାନ୍ତ ଥିଲେ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.