ETV Bharat / sitara

ଭାରତର ପରାଜୟ ପରେ ‘ମୌକା ମୌକା’ର ନୂଆ ଭିଡିଓ

ପରାଜୟ ପରେ ଭାରତୀୟ ଦଳକୁ ସମର୍ପିତ ହେଲା ‘ମୌକା ମୌକା’ର ନୂଆ ଭିଡିଓ । ସମ୍ପୁର୍ଣ୍ଣ ବିଶ୍ବକପରେ ଭାରତର ସାନଦାର ବିଜୟ ଉଦ୍ଦେଶ୍ୟରେ ପ୍ରସ୍ତୁତ ହୋଇଛି ଭିଡିଓ ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ/@ଟ୍ବିଟର
author img

By

Published : Jul 14, 2019, 5:45 PM IST

ହାଇଦ୍ରାବାଦ: ଆଇସିସି ବିଶ୍ବକପରେ ପରାଜୟ ପରେ ଦୁଃଖରେ ସାରା ଭାରତ । ଆରମ୍ଭରୁ ବିଜୟ ହାସଲ କରିଆସୁଥିବା ଦଳ ସେମିଫାଇନାଲରେ ଆଉଟ ହୋଇଯିବାର ଦୁଃଖ ସହଜରେ ଗ୍ରହଣ କରିପାରୁନାହାନ୍ତି ବ୍ଲୁ ଜର୍ସୀ ଫ୍ୟାନ୍ସ । ତେବେ ବିଶ୍ବକପର ଆରମ୍ଭରୁ ଭାରତ ଉଦ୍ଦେଶ୍ୟରେ ୟୁଟ୍ୟୁବରେ ଦେଖିବାକୁ ମିଳୁଛି ‘ମୌକା ମୌକା’ର ଅନେକ ଭିଡିଓ ।

ଭିଡିଓ ସୌଜନ୍ୟ: ୟୁଟ୍ୟୁୂବ

ନିକଟରେ ଭାରତର ପରାଜୟ ପରେ ପୁଣି ଏକ ‘ମୌକା ମୌକା’ ଭିଡିଓ ୟୁଟ୍ୟୁବରେ ରିଲିଜ କରାଯାଇଛି । ଭିଡିଓର ପାକିସ୍ତାନୀ ଫ୍ୟାନ୍ସ, ଭାରତୀୟ ଫ୍ୟାନ୍ସଙ୍କୁ ଥଟ୍ଟା କରୁଥିବାର ଦେଖିବାକୁ ମିଳିଛି । ମାତ୍ର ଭାରତୀୟ ଫ୍ୟାନ୍ସ ବାହାଦୁରୀ ସହ ବିପକ୍ଷ ଦଳର ଫ୍ୟାନ୍ସଙ୍କ ପ୍ରଶ୍ନର ଉତ୍ତର ଦେଇଛନ୍ତି । ଭାରତୀୟ ଦଳ ସାହାସର ସହ ଖେଳକୁ ସାମ୍ନା କରି ପରାଜିତ ହୋଇଛନ୍ତି । ମାତ୍ର ପାକିସ୍ତାନୀ ଦଳ ଭଳି ଅନ୍ୟ ପରାଜୟରେ ନିଜ ଜିତିବା ପାଇଁ ଚେଷ୍ଟା କରିନି ବୋଲି କହିଛନ୍ତି ଭାରତୀୟ ଫ୍ୟାନ୍ସ ।

ପ୍ରକାଶ ଥାଉ କି, ୟୁଟ୍ୟୁବରେ ‘V seven pictures’ ମୌକା ମୌକା ଭିଡିଓ ପ୍ରସ୍ତୁତ କରେ । ଏହି ଚ୍ୟାନେଲର ପ୍ରାୟ 3 କୋଟି 29 ଲକ୍ଷ ସବସ୍କ୍ରାଇବର ଅଛନ୍ତି । ତେବେ ଭାରତୀୟ ଦଳ 8ଟି ମ୍ୟାଚରୁ 7ଟି ମ୍ୟାଚରେ ଦମଦାର ବିଜୟ ହାସଲ କରିଥିଲା । ମାତ୍ର ପ୍ରଥମ ସେମିଫାଇନାଲରେ ନ୍ୟୁଜିଲାଣ୍ଡ ବିପକ୍ଷ ମ୍ୟାଚରେ ପରାଜୟ ହୋଇ ବିଶ୍ବକପରୁ ବାଦ୍ ପଡିଥିଲା ।

Intro:Body:

BLANK FOR LINK STORY  

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.