ହାଇଦ୍ରାବାଦ: ବିଗତ କିଛିଦିନ ହେବ ଅଭିନେତା କରନ ଓବରୟ ବେଶ ଚର୍ଚ୍ଚାର ଅଛନ୍ତି । କରନ ଓବରୟଙ୍କ ଉପରେ ଲାଗିଛି ଦୁଷ୍କର୍ମ ଅଭିଯୋଗ । ପୂର୍ବତନ ପ୍ରେମିକା ଲଗାଇଛନ୍ତି ଆରୋପ । ତେବେ ଦୀର୍ଘ ଏକ ମାସକାଳ ଜେଲରେ ରହିଲା ପରେ ଶେଷରେ କରନଙ୍କୁ ମିଳିଛି ଜାମିନ ।
କରନ ଆପତ୍ତିଜନକ ଭିଡିଓ ତିଆରି କରି ପୀଡିତାଙ୍କୁ ବ୍ଲାକମେଲିଂ କରୁଥିବାର ଅଭିଯୋଗ ହୋଇଥିଲା । ଏପରିକି କରନ 2017ରେ ପୀଡିତାଙ୍କୁ ବିବାହର ପ୍ରତିଶୃତି ଦେଇ ଦୁଷ୍କର୍ମ କରିଥିଲେ ବୋଲି ମଧ୍ୟ ଅଭିଯୋଗ ହୋଇଥିଲା । ତେବେ କରନଙ୍କ ଉପରେ ହୋଇଥିବା ଅଭିଯୋଗ ସମ୍ପୂର୍ଣ୍ଣ ଭିତ୍ତିହୀନ ବୋଲି କହିଛନ୍ତି କରନଙ୍କ ଓକିଲ ।
ପ୍ରଥମେ କରନଙ୍କ ଜାମିନ ପାଇଁ ଅପିଲ କରାଯାଇଥିଲା ମାତ୍ର ଏହାକୁ ଖାରଜ କରାଯାଇଥିଲା । ପ୍ରାୟ ମାସେ ଜେଲରେ ରହିବା ପରେ ବିଚାରପତି ରେବତୀ ମୋହିତଦେରେ କରନଙ୍କୁ 50,000ଟଙ୍କା ଜୋରିମାନାରେ ଜାମିନ ଦେଇଛନ୍ତି ।