ETV Bharat / sitara

ରେଡ ଲାଇଟ୍ ଏରିଆ ଉପରେ ଏମିତି କହିଲେ ଅଭିନେତା ଇକ୍‌ବାଲ... - iqbal khan on stigma related

ଅଭିନେତା ଇକବାଲ ଖାନ ଖୁବ ଶୀଘ୍ର ୱେବ୍ ସିରିଜ୍ 'ରାତ୍ର କି ୟାତ୍ରି'ରେ ନଜର ଆସିବେ । ଏଥିରେ ରେଡ ଲାଇଟ ଅଞ୍ଚଳର ପୃଷ୍ଠଭୂମି ଉପରେ ଆଧାରିତ ପାଞ୍ଚଟି ଉତ୍କୃଷ୍ଟ କାହାଣୀ ଅଛି । ଇକବାଲ କହିଛନ୍ତି, ଯେତେବେଳେ ରେଡ ଲାଇଟ ଅଞ୍ଚଳରେ ରହୁଥିବା ଲୋକଙ୍କ କଥା ଆସେ, ସେତେବେଳେ ଲୋକ ମାନବିକତାକୁ ଭୁଲିଯାଆନ୍ତି । ଅଧିକ ପଢନ୍ତୁ...

iqbal khan on stigma related to red light area
ରେଡ ଲାଇଟ୍ ଅଞ୍ଚଳ ଉପରେ ବୟାନ ଦେଲେ ଇକବାଲ
author img

By

Published : Jul 24, 2020, 7:25 AM IST

ମୁମ୍ବାଇ: ଅଭିନେତା ଇକବାଲ ଖାନ ଖୁବ ଶୀଘ୍ର ୱେବ୍ ସିରିଜ୍ 'ରାତ୍ର କି ୟାତ୍ରି'ରେ ନଜର ଆସିବେ । ଇକବାଲ କହିଛନ୍ତି, ଯେତେବେଳେ ରେଡ ଲାଇଟ ଅଞ୍ଚଳରେ ରହୁଥିବା ଲୋକଙ୍କ କଥା ଆସେ, ସେତେବେଳେ ଲୋକ ମାନବିକତାକୁ ଭୁଲିଯାଆନ୍ତି । କାରଣ ଏଭଳି ସ୍ଥାନଗୁଡିକୁ ସାମାଜିକ କଳଙ୍କ ଭାବରେ ଦେଖାଯାଏ ଏବଂ ବୁଝାଯାଏ ।

ଇକବାଲ ୱେବ୍ ସିରିଜ୍ 'ରାତ୍ର କି ୟାତ୍ରି'ରେ କାମ କରିବାବେଳେ ଏହା ଅନୁଭବ କରିଥିଲେ । 'ରାତ୍ର କି ୟାତ୍ରି' ସିରିଜରେ ରେଡ ଲାଇଟ ଅଞ୍ଚଳର ପୃଷ୍ଠଭୂମି ଉପରେ ଆଧାରିତ ପାଞ୍ଚଟି ଉତ୍କୃଷ୍ଟ କାହାଣୀ ଅଛି । ଯାହା ଜଣେ ବ୍ୟକ୍ତିଙ୍କୁ ଚିନ୍ତା କରିବାକୁ ବାଧ୍ୟ କରିଦେଇଥାଏ ।

ଏହି ଅବସରରେ ଇକବାଲ କହିଛନ୍ତି, ମୁଁ ଏହି ଧାରାବାହିକର ସୁଟିଂ ବେଳେ ଅନୁଭବ କଲି ଯେ, ବହୁତ ଲୋକ ଭୁଲିଯାଆନ୍ତି କି, ଏହି ରେଡ୍‌ ଲାଇଟ ଅଞ୍ଚଳରେ ବାସ କରୁଥିବା ଲୋକ ଆମ ପରି ମଣିଷ ହିଁ ଅଟନ୍ତି ।

ଏହି ସିରିଜରେ, ଇକବାଲ୍ ଜଣେ ଥଗ୍ ଭୂମିକାରେ ଅଭିନୟ କରିଛନ୍ତି । ଯିଏ ଲୋକଙ୍କୁ ଲୁଟ କରି ନିଜର ଜୀବିକା ନିର୍ବାହ କରନ୍ତି ।

ପ୍ରକାଶ ଥାଉ କି, ଅନିଲ ବି କୁମାରଙ୍କ ନିର୍ଦ୍ଦେଶିତ 'ରାତ୍ର କି ୟାତ୍ରି' ସିରିଜରେ ସୁଧୀର ପାଣ୍ଡେ, ଅଞ୍ଜୁ ମହେନ୍ଦ୍ର, ବରଖା ସେନଗୁପ୍ତା, ପରାଗ ତ୍ୟାଗି, ଅବିନାଶ ମୁଖାର୍ଜୀ, ଜ୍ୟୋତି ଦେସି, ରାଇନି ଧାନୀ, ମାନସୀ ଶ୍ରୀବାସ୍ତବ, ରେହାନା ପଣ୍ଡିତ ଏବଂ ଆକାଶଦୀପ ଆରୋରା ମଧ୍ୟ ଅଭିନୟ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.