ମୁମ୍ବାଇ: ଟିଭି କୁଇନ ଏକତା କପୁର ନିଜ ଫେମସ ୱେବ ସିରିଜ ‘ଏକ୍ସଏକ୍ସଏକ୍ସ’ ବିବାଦକୁ ନେଇ ଚର୍ଚ୍ଚାରେ । ତାଙ୍କ ଏହି ବିବାଦ ଥମିବାର ନାଁ ନେଉନାହିଁ । ତାଙ୍କ ବିରୋଧରେ ‘ବିଗ ବସ 13’ର ହିନ୍ଦୁସ୍ତାନୀ ଭାଉ ନିକଟରେ ପୋଲିସ ଥାନାରେ ଅଭିଯୋଗ ଦାଖଲ କରିଥିଲେ । ସେ ତାଙ୍କ ୱେବ ସିରିଜ ‘ଏକ୍ସଏକ୍ସଏକ୍ସ’ରେ ଭାରତୀୟ ସେନାଙ୍କ ଅପମାନ କରାଯାଇଥିବା ଅଭିଯୋଗ ଆଣିଥିଲେ । ଆଉ ଏବେ ହିନ୍ଦୁସ୍ତାନୀ ଭାଉ ତାଙ୍କୁ କ୍ଷମା ମାଗିବା ଦାବି ସହ ପଦ୍ମଶ୍ରୀ ପୁରସ୍କାର ଫେରାଇବାକୁ କହିଛନ୍ତି ।
- " class="align-text-top noRightClick twitterSection" data="
">
ହିନ୍ଦୁସ୍ତାନୀ ଭାଉ ଇନଷ୍ଟାରେ ଏକ ଭିଡିଓ ସେୟାର କରିଛନ୍ତି ଯେଉଁଥିରେ ସେ ଏକତାଙ୍କ ଉପରେ କ୍ରୋଧିତ ହେଉଥିବାର ଦେଖାଯାଉଛନ୍ତି । ଆଉ କହିଛନ୍ତି ଯେବେଠୁ ସେ ଏକତାଙ୍କ ବିରୋଧରେ ପୋଲିସରେ ଅଭିଯୋଗ କରିଛନ୍ତି, ତାପରଠୁ କ୍ରମାଗତ ଭାବରେ ତାଙ୍କୁ ଅନେକ ବଡ ଲୋକଙ୍କ କଲ ଆସିବାରେ ଲଗିଛି । ସେମାନେ କହୁଛନ୍ତି ଭାଉ ଏହି କଥାକୁ ସମସ୍ୟା କରନାହିଁ । ଛାଡି ଦିଅ । ଏହାକୁ ଶେଷ କର । ବସି କଥା ହେବା । ସେମାନେ ସମସ୍ତେ ଫୋନରେ ଏକତାଙ୍କ ସପୋର୍ଟରେ କହୁଛନ୍ତି ।
ପ୍ରକାଶ ଥାଉକି ହିନ୍ଦୁସ୍ତାନୀ ଭାଉ ସ୍ପଷ୍ଟ ଭାବରେ କହିଛନ୍ତି ଯେ ବସିକି କଥାବାର୍ତ୍ତା ହେବା ନାହିଁ । ଏକତା ଏବଂ ତାଙ୍କ ମାତା ଶୋଭା କପୁର ଭାରତୀୟ ସେନାଙ୍କୁ କ୍ଷମା ମାଗିବେ ।
ଏହାବ୍ୟତୀତ ଭାଉ, ଏକତାଙ୍କୁ ମିଳିଥିବା ପଦ୍ମଶ୍ରୀ ସମ୍ମାନ ଉପରେ ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି କରିଛନ୍ତି । ତାଙ୍କ ଅନୁଯାୟୀ ଏକତାଙ୍କୁ କଣ ପାଇଁ ଭାରତୀୟ ସରକାର ପଦ୍ମଶ୍ରୀ ପୁରସ୍କାର ଦେଇଛନ୍ତି । ସେ ଏମିତି କେଉଁ ଯୋଗଦାନ ଦେଶ ପାଇଁ କରିଛନ୍ତି ।