ନୂଆଦିଲ୍ଲୀ: ଛୋଟ ପରଦାର ଲୋକପ୍ରିୟ ଅଭିନେତ୍ରୀ ହିନା ଖାନ ନିକଟରେ କଥିତ ବୟଫ୍ରେଣ୍ଡ ରକିଙ୍କ ସହ ସମୟ ବିତାଇବା ପାଇଁ ମାଳଦ୍ବୀପ ଯାଇଥିଲେ । ଯେଉଁଠାରୁ ସେ ସୋସିଆଲ ମିଡିଆରେ ନିଜର ଅନେକ ଫଟୋ, ଭିଡିଓ ସେୟାର କରି ଫ୍ୟାନ୍ସଙ୍କ ମନୋରଞ୍ଜନ କରୁଛନ୍ତି ।
ଏବେ ହିନା ତାଙ୍କ ଇନଷ୍ଟାଗ୍ରାମରେ ନିଜର ଏକ ଫଟୋ ସେୟାର କରିଛନ୍ତି । ଯେଉଁଥିରେ ସେ ପିଙ୍କ ବିକିନି ପିନ୍ଧି ହଟ ଲୁକରେ ନଜର ଆସିଛନ୍ତି ।
- " class="align-text-top noRightClick twitterSection" data="
">
ଏବେ ହିନାଙ୍କ ଏହି ଫଟୋ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି ।
ହିନାଙ୍କ ଏହି ଫଟୋଗୁଡିକରେ ଏବେ ପର୍ଯ୍ୟନ୍ତ 50,000 ରୁ ଅଧିକ ଲାଇକ ମିଳିସାରିବା ସହିତ ପ୍ରଶଂସକମାନେ କମେଣ୍ଟ ବକ୍ସରେ ଅନେକ ମନ୍ତବ୍ୟ ଦେଉଛନ୍ତି ।
ଆଜିକାଲି ହିନା ମାଳଦ୍ବୀପରେ ଛୁଟି ଉପଭୋଗ କରୁଛନ୍ତି। ସେ କ୍ରମାଗତ ଭାବରେ ମାଳଦ୍ବୀପରୁ ତାଙ୍କର ସୁନ୍ଦର ଫଟୋ ସେୟାର କରୁଛନ୍ତି ।
ପ୍ରକାଶ ଥାଉକି, ନିକଟରେ ହିନା ଲକ୍ସ ଫ୍ୟାଶନ ୱିକରେ ସାମିଲ ହୋଇଥିଲେ । ଯାହାର ଫଟୋ ସେ ଇନଷ୍ଟାଗ୍ରାମରେ ସେୟାର କରି ସମସ୍ତଙ୍କ ହୋସ୍ ଉଡାଇଥିଲେ । ଶୋ ଷ୍ଟପର୍ ଭାବରେ ୱାକ କରିବାକୁ ନେଇ ସେ ଗର୍ବିତ ଅନୁଭବ କରୁଥିବା କଥା ମଧ୍ୟ ଜଣାଇଥିଲେ ।