ହାଇଦ୍ରାବାଦ: ଟେଲିଭିଜନର ପପୁଲାର ଅଭିନେତ୍ରୀ ହିନା ଖାନ ନ୍ୟୁୟର୍କରେ ବଏଫ୍ରେଣ୍ଡ ରକି ସହ ଛୁଟି ମନାଉଛନ୍ତି । ସୋସିଆଲ ମିଡିଆରେ ଏ ସମ୍ପର୍କିତ ବିଭିନ୍ନ ଫଟୋ ସେୟାର କରିଛନ୍ତି ହିନା ଖାନ । ନିକଟରେ ହିନାଙ୍କ ଆଉ ଏକ ଫଟୋ ସାମ୍ନାକୁ ଆସିଛି । ଏଥିରେ ହିନା ତ୍ରୀରଙ୍ଗା ଉଡାଉଥିବାର ନଜର ଆସିଥଛନ୍ତି ।
ନ୍ୟୁୟର୍କରେ ସ୍ବାଧିନତା ଦିବସ ପାଳନ କରିଛନ୍ତି ଅଭିନେତ୍ରୀ । ପ୍ରକାଶଥାଉକି, ଚଳିତ ବର୍ଷ ହିନାଙ୍କୁ ‘ଇଣ୍ଡିଆ ଡେ ପରେଡ’ରେ ସାମିଲ ହେବାକୁ ସୁଯୋଗ ଦିଆଯାଇଛି । ହିନା ପ୍ରଥମ ଟେଲିଭିଜନ ଅଭିନେତ୍ରୀ ଯାହାଙ୍କୁ ଏହି ସମ୍ମାନ ଦିଆଯାଇଛି ।
ଫଟୋର କ୍ୟାପସନରେ ହିନା ଲେଖିଥିଲେ, ‘ବିଶ୍ବର ଅନ୍ୟତମ ଶକ୍ତିଶାଳୀ ଦେଶ ଜାତୀୟ ପତାକା ତ୍ରୀରଙ୍ଗା ଉଡାଇବା ଗର୍ବର ବିଷୟ’ । ଏହି ଅବସରରେ ହିନାଙ୍କୁ ଶାଢିରେ ଦେଖିବାକୁ ମିଳିଥିଲା । 2019 ବର୍ଷ ହିନାଙ୍କ ପାଇଁ ସୌଭାଗ୍ୟପ୍ରଦ । କାନ୍ସ ଫିଲ୍ମ ଫେଷ୍ଟିଭାଲରେ ରେଡ କାର୍ପେଟରେ ଚାଲିବାର ସୁଯୋଗ ମିଳିଥିଲା, ତାଙ୍କର ପ୍ରଥମ ବଲିଉଡ ଫିଲ୍ମ ‘ଲାଇନ୍ସ’ର ପୋଷ୍ଟର ରିଲିଜ କରାଯାଇଥିଲା।