ନୂଆଦିଲ୍ଲୀ: ଶୁକ୍ରବାର 27 ନଭେମ୍ବରରେ ବିଗବସ ଫେମ ହିମାଂଶୀ ଖୁରାନା ନିଜର 29 ତମ ଜନ୍ମଦିନ ପାଳନ କରୁଛନ୍ତି । ଏହି ସେଲିବ୍ରେଶନର ଅନେକ ଭିଡିଓ ସାମ୍ମନାକୁ ଆସିଛି, ଯେଉଁଥିରେ ସେ କାନ୍ଦୁଥିବା ଦେଖିବାକୁ ମିଳିଛି ।
ହିମାଂଶୀ ନିଜେ ଏହି ଜନ୍ମଦିନ ସେଲିବ୍ରେଶନର ଭିଡିଓ ସେୟାର କରିଛନ୍ତି । ଏହି ଭିଡିଓ ସେୟାର କରିବାବେଳେ ହିମାଂଶୀ ଏକ ଇମୋସନାଲ କ୍ୟାପସନ ମଧ୍ୟ ଲେଖିଛନ୍ତି ।
- " class="align-text-top noRightClick twitterSection" data="
">
କ୍ୟାପସନରେ ଲେଖାଅଛି, 'ଯେତେବେଳେ ମୁଁ ଜୀବନରୁ ଆଶା ଛାଡି ଦେଇଥିଲି ଯେ ... କେହି ଜଣେ ମୋର ହେବ ... ତୁମେମାନେ ପ୍ରମାଣ କରିଦେଇଛ ଯେ କୌଣସି ଶକ୍ତି ଆମକୁ ଅଲଗା କରିପାରିବ ନାହିଁ । ଆମେ ଯଥେଷ୍ଟ ଅସୁବିଧାର ସାମ୍ନା କରିଛୁ କିନ୍ତୁ କେବେ ବି ଅଲଗା ହୋଇ ନାହୁଁ । ମୋତେ ସରପ୍ରାଇଜ କରିବାକୁ ମୋର ଟିମ ଏବଂ ପରିବାରକୁ ଧନ୍ୟବାଦ ' । ଏହି ଭିଡିଓରେ ହିମାଂଶୀଙ୍କ ବୟଫ୍ରେଣ୍ତ ଅସୀମ ରିଆଜଙ୍କ ସ୍ବର ମଧ୍ୟ ଶୁଣିବାକୁ ମିଳିଛି ।
- " class="align-text-top noRightClick twitterSection" data="
">
ଏହି ଭିଡିଓଟିକୁ ହିମାଂଶୀ ଅସୀମଙ୍କୁ ମଧ୍ୟ ଟ୍ୟାଗ୍ କରିଛନ୍ତି ।
ହିମାଂଶୀଙ୍କ ଜନ୍ମଦିନ ସେଲିବ୍ରେଶନର ଆଉ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଯେଉଁଥିରେ ସେ ଦୁବାଇରେ ତାଙ୍କ ଜନ୍ମଦିନ ସେଲିବ୍ରେଟ କରୁଥିବାର ଦେଖିବାକୁ ମିଳିଛି । ଏହି ଭିଡିଓରେ ଅସୀମ ରିଆଜ୍ ମଧ୍ୟ ନଜର ଆସିଛନ୍ତି ।