ନୂଆଦିଲ୍ଲୀ: ‘ବିଗବସ 13’ ପରଠୁ ପରସ୍ପରକୁ ଡେଟ କରିଆସୁଛନ୍ତି ଆକ୍ଟର ଆସିମ ରିୟାଜ ଓ ପଞ୍ଜାବୀ ଅଭିନେତ୍ରୀ ହିମାଂଶୀ ଖୁରାନା । ଦୁଇଜଣଙ୍କ ରିଲେସନଶିପକୁ ନେଇ ସବୁବେଲେ ଚର୍ଚ୍ଚା । ଖାଲି ଏତିକି ନୁହେଁ ଏହି ଯୋଡି ମ୍ୟୁଜିକ ଆଲବମରେ ମଧ୍ୟ ନଜର ଆସିସାରିଲେଣି ।
ନିକଟରେ ହିମାଂଶୁ ତାଙ୍କ ଇନଷ୍ଟାଗ୍ରାମ ଷ୍ଟୋରୀରେ ଏକ ହୀରା ମୁଦିର ପୋଷ୍ଟ ସେୟାର କରିଛନ୍ତି । ଯେଉଁଥିରେ ସେ 'ଉଇ' ଲେଖିଛନ୍ତି। ଏବେ ଏହି ଫଟୋ ଖୁବ୍ ଭାଇରାଲ ହେବାରେ ଲାଗିଛି ।
ହିମାଂଶୀଙ୍କ ଏହି ଫଟୋକୁ ଦେଖି ପ୍ରଶଂସକମାନେ ତାଙ୍କୁ ବହୁ ପ୍ରଶ୍ନ ପଚାରିବାରେ ଲାଗିପଡିଛନ୍ତି ।
କେତେକ ୟୁର୍ଜସ ତାଙ୍କୁ ବୟଫ୍ରେଣ୍ତ ଆସୀମଙ୍କ ସହିତ ବିବାହ କରିଲେ କି ବୋଲି ପ୍ରଶ୍ନ କରିଥିଲେ ।
ଆଉ କେତେକ ୟୁର୍ଜସ ପଚାରିଲେ କି, କଣ ଆପଣ ଦୁହେଁ ଖୁବ୍ ଶୀଘ୍ର ବିବାହ କରିବେ କି ? ଏପରି ଅନେକ ପ୍ରଶ୍ନ ଅଛି ଯାହା ବର୍ତ୍ତମାନ ପ୍ରଶଂସକଙ୍କ ମନରେ ଉଙ୍କି ମାରୁଛି ।
ପ୍ରକାଶ ଥାଉ ଯେ, ବିଗ୍ ବସ୍ 13 ସିଜିନରେ, ଅସୀମ ଏବଂ ହିମାଂଶୀଙ୍କ ଯୋଡିକୁ ଫ୍ୟାନ୍ସ ବହୁତ ପସନ୍ଦ କରିଥିଲେ ।