ମୁମ୍ବାଇ: କୋରୋନା ଭାଇରସ ପାଇଁ ଦେଶବାସୀଙ୍କୁ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଛି । ସଂକ୍ରମିତ ସଂଖ୍ୟା ବଢିବା ସହ ଶିଘ୍ର ସୁସ୍ଥ ମଧ୍ୟ ହେଉଥିବା ଦେଖିବାକୁ ମିଳୁଛି । ସାଧାରଣ ଲୋକଙ୍କ ପରି ଅନେକ ସେଲିବ୍ରିଟି ମଧ୍ୟ ଏଥିରେ ସଂକ୍ରମିତ ହୋଇସାରିଛନ୍ତି । ଆଉ ଧିରେ ଧିରେ ସୁସ୍ଥ ହୋଇ ଘରକୁ ଫେରୁଛନ୍ତି । ଏମିତି କିଛି ଖୁସି ଦେଖିବାକୁ ମିଳିଛି ଫେମସ ଟେଲି ଅଭିନେତ୍ରୀ ଦୀପିକା ସିଂଙ୍କ ଘରେ । କାରଣ ତାଙ୍କ ମା' କୋରୋନା ଭାଇରସ ଲଢେଇରେ ବିଜୟୀ ହୋଇ ଘରକୁ ଫେରିଛନ୍ତି ।
ଏହି ଅବସରରେ ଦୀପିକା ଟ୍ବିଟରରେ ସବୁ ଫ୍ୟାନ୍ସଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଏହାସହ ସେ ଦିଲ୍ଲୀ ସରକାରଙ୍କ ସାହାଯ୍ୟ ପାଇଁ ଧନ୍ୟବାଦ କହିଛନ୍ତି । ସେ ଟ୍ବିଟରେ ଲେଖିଛନ୍ତି, ‘ମୋ ମା’ଙ୍କ ଶୀଘ୍ର ସୁସ୍ଥ ହେବା ପାଇଁ ଇଚ୍ଛା ଓ ପ୍ରାର୍ଥନା କରିଥିବାରୁ ମୁଁ ସମସ୍ତଙ୍କୁ ହୃଦୟରୁ ଧନ୍ୟବାଦ ଜଣାଉଛି | ବର୍ତ୍ତମାନ ସେ ଘରକୁ ଆସି ସୁରକ୍ଷିତ ଅଛନ୍ତି । ଏହି ପ୍ରକ୍ରିୟାରେ ମୋତେ ବହୁତ ସମର୍ଥନ ଦେଇଥିବା ସମସ୍ତର ମୁଁ କୃତଜ୍ଞ ।’
- " class="align-text-top noRightClick twitterSection" data="
">
ପ୍ରକାଶ ଥାଉକି, ଏହି ଟ୍ବିଟ ସେ ଦିଲ୍ଲୀ ସିଏମ ଅରବିନ୍ଦ କେଜ୍ରିୱାଲ, ମନୀଷ ସିସୋଦିଆ ଓ ବିଶାଲ ସିଂଙ୍କୁ ଟ୍ୟାଗ କରିଛନ୍ତି ।