ହାଇଦ୍ରାବାଦ: ଜଣେ ମହିଳା ସାମ୍ବାଦିକା, ବିଗବସ ତେଲୁଗୁ ବିରୋଧରେ ଆଣିଛନ୍ତି ସାଂଘାତିକ ଅଭିଯୋଗ । ସାମ୍ବାଦିକା ଜଣକୁ ଯୌନ ସମ୍ପର୍କ ରଖିବା ପାଇଁ ବାଧ୍ୟ କରିଛନ୍ତି ବିଗବସର ନିର୍ମାତା । ଶୋ' ର ଫିନାଲେରେ ଏଣ୍ଟ୍ରି ପାଇଁ ତାଙ୍କୁ ଏପରି କରିବାକୁ ବାଧ୍ୟ କରାଯାଇଛି ବୋଲି କହିଛନ୍ତି ଅଭିଯୋଗକାରୀ ।
ଅଭିଯୋଗ ଅନୁସାରେ, ମହିଳା ଜଣକ ବିଗବସ ତେଲୁଗୁର ତୃତୀୟ ସିଜିନ ପାଇଁ ମାର୍ଚ୍ଚରେ ଅଫର ପାଇଥିଲେ ଏହାପରେ ସେ ଶୋ'ର ଚାରିଜଣ ସଦସ୍ୟଙ୍କୁ ଦେଖାକରିଥିଲେ । ସାକ୍ଷାତକାର ସମୟରେ ଚାରି ସଦସ୍ୟ ଫିନାଲେରେ ପହଞ୍ଚିବା ପାଇଁ ତାଙ୍କୁ ବିଗବସ ମାଲିକଙ୍କୁ ଖୁସି କରିବାକୁ କୁହାଯାଇଥିଲା ବୋଲି କହିଛନ୍ତି ବଞ୍ଜରା ହିଲ୍ସର ଆସିଷ୍ଟାଣ୍ଟ କମିସନର ଅଫ ପୋଲିସ କେ ଶ୍ରୀନିବାସ ରାଓ ।
ତେବେ ଏନେଇ ଆଇପିସି ଧାରା 354ରେ ମହିଳାଙ୍କୁ ଜୋରଜବରଦସ୍ତୀ କରିବା ଅଭିଯୋଗରେ ଏକ ମାମଲା ରୁଜୁ କରାଯାଇଛି । ପ୍ରକାଶଥାଉକି, ବିଗବସର ତୃତୀୟ ସିଜିନକୁ ହୋଷ୍ଟ କରୁଛନ୍ତି ସାଉଥ ଷ୍ଟାର ଆକିନେନି ନାଗାର୍ଜୁନ । ଶୋ'କୁ ଜୁଲାଇ 21ରେ ପ୍ରସାରିତ କରାଯିବ ।