ETV Bharat / sitara

ବିଗ୍ ବସ୍ 14: ପବିତ୍ରାଙ୍କୁ ପ୍ରପୋଜ କଲେ ଏଜାଜ୍

ଏବେ 'ବିଗ୍ ବସ୍' 14 ତମ ସିଜିନର ଲାଟେଷ୍ଟ ଏପିସୋଡ୍ ରେ, ଏଜାଜ୍ ନ୍ୟାସନାଲ ଟେଲିଭିଜନରେ ପବିତ୍ରା ପୁନିଆଙ୍କ ପ୍ରତି ତାଙ୍କର ପ୍ରେମ ବିଷୟରେ ଜଣାଇଥିଲେ । ଅଧିକ ପଢନ୍ତୁ...

author img

By

Published : Jan 10, 2021, 9:16 PM IST

bigg-boss-14-eijaz-khan-proposed-to-pavitra-punia-for-marriage-on-national-tv
ବିଗ୍ ବସ୍ 14: ପବିତ୍ରାଙ୍କୁ ପ୍ରପୋଜ କଲେ ଏଜାଜ୍

ନୂଆଦିଲ୍ଲୀ: କଣ୍ଟ୍ରୋଭର୍ସି ରିଆଲିଟି ସୋ 'ବିଗ୍ ବସ୍' 14 ତମ ସିଜିନର ଲାଟେଷ୍ଟ ଏପିସୋଡ୍ ରେ, ପ୍ରତିଯୋଗୀ ଏଜାଜ୍ ଖାନ୍ ଶେଷରେ ନ୍ୟାସନାଲ ଟେଲିଭିଜନରେ ପବିତ୍ରା ପୁନିଆଙ୍କ ପ୍ରତି ତାଙ୍କର ଭଲପାଇବା ବ୍ୟକ୍ତ କରିଥିଲେ ।

ବିଗ୍ ବସ୍ ହଠାତ୍ ଶୋ’ରେ ପବିତ୍ରାଙ୍କୁ ଡାକିଥିଲେ ଏବଂ ଏଜାଜ୍ ତାଙ୍କୁ ଦେଖି କିଛି ସମୟ ପାଇଁ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ଯେତେବେଳେ ପବିତ୍ରା ଏଜାଜ୍ ଙ୍କୁ 'ଖାନ ସାହାବ' ବୋଲି ଡାକିଥିଲେ, ଯାହାକୁ ଶୁଣି ଏଜାଜ୍ ବହୁତ ଖୁସି ଯାଇ ସଙ୍ଗେ ସଙ୍ଗେ ପବିତ୍ରାଙ୍କୁ ଭେଟିବାକୁ ଦୌଡ଼ି କରି ଯାଇଥିଲେ ।

ପାଭିତ୍ରା ଏବଂ ଏଜାଜ୍ ଙ୍କ ଏହି ସାକ୍ଷାତ ଅତ୍ୟନ୍ତ ସ୍ମରଣୀୟ ଥିଲା । ତେବେ ଦୁହିଁଙ୍କ ମଧ୍ୟରେ ଏକ ଗ୍ଲାସ୍ କାନ୍ଥ ଥିଲା । ଏହା ସତ୍ତ୍ବେ ଦୁହେଁ ପରସ୍ପରକୁ ନିଜ ପ୍ରେମ ବ୍ୟକ୍ତ କରିଛନ୍ତି । ଏଜାଜ୍ ପବିତ୍ରାଙ୍କୁ କହିଥିଲେ ଯେ ସେ ତାଙ୍କୁ ବହୁତ ମିସ କରୁଛନ୍ତି । ଏଥି ସହିତ, ଏଜାଜ୍ କହିଛନ୍ତି, ' ତୁ ଜେସି ଭି ହେ ମୁଝେ କୁବୁଲ ହେ' ।

ଯାହାକୁ ନେଇ ପବିତ୍ରା ଏଜାଜ୍ ଙ୍କୁ କହିଛନ୍ତି ଯେ, ଯେତେବେଳେ ସେ ତାଙ୍କ ପିତାଙ୍କୁ ଭେଟିବାକୁ ଘରକୁ ଯାଇଥିଲେ, ସେତେବେଳେ ତାଙ୍କ ମା ତାଙ୍କୁ ଏଜାଜ୍ ବିଷୟରେ ପଚାରିଥିଲେ। ତାଙ୍କ ପରିବାର ଏଜାଜ୍ ଙ୍କୁ ବହୁତ ପସନ୍ଦ କରନ୍ତି ।

ଏହା ପରେ ବିଗ୍ ବସ୍ ଘୋଷଣା କରିଛନ୍ତି ଯେ, ପବିତ୍ରାଙ୍କ ଏଜାଜ୍ ଙ୍କୁ ଭେଟିବାର ସମୟ ବର୍ତ୍ତମାନ ଶେଷ ହୋଇଛି ।

ପ୍ରକାଶ ଥାଉ ଯେ, କିଛି ଦିନ ପୂର୍ବରୁ ପବିତ୍ରାଙ୍କୁ କମ ଭୋଟ ମିଳିଥିବାରକୁ ସେ ବିଗ୍ ବସ୍ ଘରୁ ବାହାର ହୋଇଯାଇଥିଲେ । ଏବେ ସେ ଗ୍ରେଷ୍ଟ ହିସାବରେ ଏଜାଜ୍ ଙ୍କୁ ଦେଖା କରିବାକୁ ବିଗ୍ ବସ୍ ଘରକୁ ଆସିଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.