ETV Bharat / sitara

ଅଡୁଆରେ ‘ବିଗ ବସ’, ଶୋ ବନ୍ଦ କରିବାକୁ ଦାବି - ବିଜେପି ନେତା ସତ୍ୟଦେବ ପଚୌରୀ

ସବୁଥର ପରି ଏଥର ମଧ୍ୟ ବିବାଦ ଘେରରେ ଛୋଟ ପରଦାର ରିୟାଲିଟି ଶୋ ବିଗ ବସ ସିଜନ 13 । ବିଗ ବସ ହାଉସରେ ଅଶ୍ଳୀଳ ବାତାବରଣକୁ ନେଇ ବିଜେପି ନେତାଙ୍କ କଡା ନିନ୍ଦା ।

ଡିଜାଇନ ଫଟୋ
author img

By

Published : Oct 7, 2019, 9:39 AM IST

ମୁମ୍ବାଇ: ସଲମାନ ଖାନଙ୍କ ମୋଷ୍ଟ ପପୁଲାର ଏବଂ କଣ୍ଟ୍ରୋଭର୍ସିଆଲ ଶୋ ବିଗ ବସ ସିଜନ 13 ଅନଏୟାର ହେବା ପରଠାରୁ ହିଁ ଚର୍ଚ୍ଚାରେ । କିନ୍ତୁ ବିଗ ବସ ବିବାଦ ବହୁ ପୁରୁଣା । ଇତିମଧ୍ୟରେ ବିଗ ବସ ମେକର୍ସଙ୍କୁ ମିଳିଛି ବଡ ଝଟକା । କାରଣ ସୋସିଆଲ ମିଡିଆ ଏବେ ଶୋକୁ ବନ୍ଦ କରାଯିବାର ଦାବି କରାଯାଉଛି ।

ସବୁଥର କୌଣସି ନା କୌଣସି ପ୍ରସଙ୍ଗ ସୃଷ୍ଟି କରୁଥିବା ଏହି ଶୋ ଅନଏୟାର ହେବାର କିଛି ଦିନ ମଧ୍ୟରେ ସମସ୍ୟା ଘେରରେ ଆସିଯାଇଛି । ବର୍ତ୍ତମାନ ଶୋକୁ ନେଇ ବିବାଦ ଏତେ ବଢିଯାଇଛି ଯେ ଶୋକୁ ବନ୍ଦ କରିବାର ଦାବି ଜୋର ଧରିଛି ।

ଟ୍ବିଟରରେ ଅନେକ ହ୍ୟାସଟ୍ୟାଗ ମଧ୍ୟ ଟ୍ରେଣ୍ଡ କରିବାରେ ଲାଗିଛି । ଯାହା ଜରିଆରେ ଜନସାଧାରଣ ବିଗ ବସ 13ର କଡା ବିରୋଧ କରୁଛନ୍ତି । ଗତ ତିନି ଦିନରୁ ଧିରେ ଧିରେ ଟ୍ବିଟରରେ ଶୋର ବିରୋଧ ଆରମ୍ଭ ହୋଇଥିଲା । ଯାହା ବର୍ତ୍ତମାନ ବଡ ସମସ୍ୟା ପାଲଟିଛି ।

tweet
ଫଟୋ ସୌଜନ୍ୟ: ଟ୍ବିଟର@ସତ୍ୟଦେବ ପଚୌରୀ

#UnsubscribeColoursTV, #Boycott__BigBoss, #JehadFelataBigBoss ଭଳି ହ୍ୟାଶଟ୍ୟାଗ ଟ୍ରେଣ୍ଡ କରୁଛି । ଖାଲି ଏତିକି ନୁହେଁ ଅନେକ ୟୁଜର୍ସ ଏମିତି ମଧ୍ୟ ଅଛନ୍ତି, ଯିଏ ସଲମାନଙ୍କ ଫଟୋକୁ ବ୍ଲାକ କରି ସ୍କ୍ରିନସଟ ସୋସିଆଲ ମିଡିଆରେ ସେୟାର କରିବାରେ ଲାଗିଛନ୍ତି ।

ପ୍ରକାଶ ଥାଉକି ଶୋକୁ ବିରୋଧ କରିବା କାରଣ ହେଲା ଏଥର ଶୋର ନୂଆ ସେଟଅପ । ଯାହାଦ୍ବାରା ସଲମାନ ଖାନ ଘରକୁ ଏଣ୍ଟ୍ରି କରିବା ପୂର୍ବରୁ ପ୍ରତିଯୋଗିଙ୍କୁ ଜଣାଇ ଦେଇଥିଲେ ଯେ ତାଙ୍କ ବିଏଫଏଫ(BFF) କିଏ ହେବେ । ଏହି ନିୟମ କାରଣରୁ ଏଥର ବିଗ ବସ ହାଉସରେ ଦୁଇ ପ୍ରତିଯୋଗି ଗୋଟିଏ ବେଡରେ ଶୋଉଛନ୍ତି । ପୁଅ, ଝିଅ ମିଶି ଗୋଟିଏ ବେଡରେ ଶୋଇବା କଥାକୁ ଆଦୌ ପସନ୍ଦ କରୁନାହାଁନ୍ତି ଜନସାଧାରଣ ।

ଅନ୍ୟପଟେ ଏହାକୁ ଆଧାର କରି ବିଜେପି ନେତା ସତ୍ୟଦେବ ପଚୌରୀ ମଧ୍ୟ କଡା ନିନ୍ଦା କରିଛନ୍ତି । ସେ ଟ୍ବିଟରରେ ଏକ ପୋଷ୍ଟ ସେୟାର କରି ଲେଖିଛନ୍ତି, ‘ବିଗ ବସ ନୁହେଁ ଏହା, ଅଶ୍ଳୀଳ ସ୍ଥାନ, ଏପରି ଶୋ'କୁ ସମ୍ପୂର୍ଣ୍ଣ ରୂପେ ବିରୋଧ ଏବଂ ବନ୍ଦ କରିବା ଦରକାର । ଏଯାବତ ମୁଁ ଏହାର ଗୋଟିଏ ବି ଏପିସୋଡ ଦେଖିନାହିଁ । ଅଶ୍ଳୀଳ କାମର ସୂଚନା ଲୋକଙ୍କ ଠାରୁ ଶୁଣିବାକୁ ମିଳୁଛି । ଏହି ପ୍ରୋଗ୍ରାମୋକୁ ଦେଖି ସମାଜରେ ଖରାପ ପରିସ୍ଥିତି ସୃଷ୍ଟି ହେଉଛି । ଶୋ ଉପରେ ଖୁବଶୀଘ୍ର ବ୍ୟାନ ଲଗାଯିବା କଥା । #UnsubscribeColoursTv ।’

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.