ମୁମ୍ବାଇ: ଛୋଟ ପରଦାର ରିୟାଲିଟି ଶୋ ବିଗ ବସ 13 ଶେଷ ହେବାକୁ ଆଉ କିଛି ଦିନ ବାକି ଅଛି । ସମସ୍ତଙ୍କ ନଜର ବର୍ତ୍ତମାନ ଗ୍ରାଣ୍ଡ ଫନାଲେ ଉପରେ । ଇତିମଧ୍ୟରେ ବିଗ ବସ ହାଉସର ଫେମସ ପ୍ରତିଯୋଗୀ ରଶ୍ମି ଦେସାଇଙ୍କ କିଛି ଫ୍ୟାନ୍ସ ଓ ଶୁଭଚିନ୍ତକ ଖୁସି ଅଛନ୍ତି ଯେ ପରିଶେଷରେ ରଶ୍ମିଙ୍କୁ ଅନୁଭବ ହୋଇଛି ଯେ ଅରହାନ ଖାନ ତାଙ୍କ ପାଇଁ ଠିକ୍ ପାର୍ଟନର ନୁହେଁ ବୋଲି ।
ସୋସିଆଲ ମିଡିଆରେ ଏହାକୁ ଆଧାର କରି ଜଣେ ଫ୍ୟାନ୍ସ ଲେଖିଛନ୍ତି, ‘ ରଶ୍ମି ଦେସାଇ ଖୁଲାସା କରିଛନ୍ତି ଯେ ଅରହାନ ତାଙ୍କ ଟାଇପର ନୁହେଁ । ଆପଣଙ୍କ ପାଇଁ ବହୁତ ଖୁସି ଅଛି । ପରିଶେଷରେ ଆପଣ ସେହି କଥା ଉପରେ ବିଶ୍ବାସ କରିଛନ୍ତି ଯାହା ପୂର୍ବରୁ ମୁଁ ଆପଣଙ୍କୁ ଅନେକଥର କହିଥିଲେ । ମନେ ରଖନ୍ତୁ ମୁଁ ଆପଣଙ୍କ ଭାଇ ଭଳି କେବେ ମଧ୍ୟ ଆପଣଙ୍କୁ ଚିନ୍ତାରେ ଦେଖିପାରିବି ନାହିଁ । ଅରହାନ ଖାନ ତୁମେ ଜଣେ ସ୍ବାର୍ଥପର ଲୋକ ରଶ୍ମିଙ୍କ ଠାରୁ ଦୂରେଇ ରୁହ । ନହେଲେ ତୁମ ଖୁସି ଛଡାଇ ନେବି।’
ପୂର୍ବରୁ ମଧ୍ୟ ରଶ୍ମିଙ୍କ ଅନେକ ବନ୍ଧୁ ଅରହାନଙ୍କ ବିରୋଧରେ ତାଙ୍କୁ କହିସାରିଛନ୍ତି । ପ୍ରକାଶ ଥାଉକି ବିଗ ବସ 13 ହାଉସରେ ସବୁବେଳେ ରଶ୍ମି ଓ ସିଦ୍ଧାର୍ଥ ଶୁକ୍ଲାଙ୍କ ଫାଇଟ ଦେଖିଆସୁଥିବା ଦର୍ଶକଙ୍କ ଏବେ ଦୁଇଜଣଙ୍କ ବନ୍ଧୁତା ଦେଖୁଛନ୍ତି । ପୂର୍ବ ପରି ଆଉ ଦୁଇଜଣ ନାହାଁନ୍ତି । ନିକଟରେ ଏକ ଏପିସୋଡର ପ୍ରୋମୋ ଭିଡିଓରେ ଦୁଇଜଣ ପରସ୍ପର ସହ ଭଲ ରୂପେ କଥା ହେଉଥିବାର ନଜର ଆସିଥିଲେ ।