ନୂଆଦିଲ୍ଲୀ : 'ନାଗିନ-5' ରେ ବୀର ଏବଂ ବାନି ଭୂମିକାରେ ଅଭିନୟ କରି ଫ୍ୟାନ୍ସଙ୍କ ହୃଦୟରେ ରାଜ କରୁଥିବା ଶରଦ ମଲହୋତ୍ରା ଏବଂ ସୁରଭି ଚନ୍ଦନା ପୁଣି ଥରେ ଏକାଠି ନଜର ଆସିଛନ୍ତି । ଏହି ଯୋଡି ଖୁବଶୀଘ୍ର ଫ୍ୟାନ୍ସଙ୍କୁ ସରପ୍ରାଇଜ ଦେବାକୁ ଯାଉଛନ୍ତି । ଉଭୟଙ୍କ 'ବେପହ୍ନା ପ୍ୟାର' ଗୀତ ରିଲିଜ ହୋଇଛି । ଯେଉଁଥିରେ ଦୁହେଁ ରୋମାନ୍ସ କରୁଥିବାର ନଜର ଆସିଛନ୍ତି ।
ଏହି ଗୀତଟିରେ ଉଭୟଙ୍କ ମଧ୍ୟରେ ଭଲପାଇବା ଆରମ୍ଭ ହୁଏ ଏବଂ ଦୁହେଁ ପରସ୍ପରକୁ ଡେଟ୍ କରିବା ଆରମ୍ଭ କରନ୍ତି । ପରେ ଏହି ଭଲପାଇବା ଏହି ଘୃଣାର ରୂପ ନେଇଥାଏ ଏବଂ ପରେ ଦୁହେଁ ପରସ୍ପରରୁ ଚାହାଁନ୍ତି, ଏହା ହେଉଛି ଏହି 'ବେପହ୍ନା ପ୍ୟାର' ର କାହାଣୀ ।
ଏବେ ସୁରଭି-ଶରଦଙ୍କ ଏହି ଗୀତକୁ ପ୍ରଶଂସକମାନେ ବହୁତ ପସନ୍ଦ କରୁଛନ୍ତି ।
- " class="align-text-top noRightClick twitterSection" data="">
ଏହି ଗୀତ ରିଲିଜ୍ ହେବାର 2 ଘଣ୍ଟା ମଧ୍ୟରେ, ୟୁଟ୍ୟୁବରେ ସାଢେ ଚାରି ଲକ୍ଷରୁ ଅଧିକ ଭ୍ୟୁଜ ମିଳିସାରିଛି ।
'ନାଗିନ-5' ହେଉଛି ପ୍ରଥମ ପ୍ରୋଜେକ୍ଟ ଯେଉଁଥିରେ ଏକତା କପୁର ସୁରଭି ଏବଂ ଶରଦଙ୍କୁ କାଷ୍ଟ କରିଥିଲେ । ପରେ ଏହି ଯୋଡି ଦର୍ଶକଙ୍କ ପ୍ରିୟ ଯୋଡି ସାଜିଥିଲେ ।