ହାଇଦ୍ରାବାଦ: ଡିଜିନିର ପପୁଲାର କାର୍ଟୁନ ମଧ୍ୟରୁ ମିକି ମାଉସ ଓ ମିନି ମାଉସ ଅନ୍ୟତମ । ମିନିମାଉସ ପାଇଁ 30 ବର୍ଷ ହେବା ନିଜ କଣ୍ଠଦାନ କରୁଥିବା ଋଷିଆନ ଟେଲରଙ୍କ 75 ବର୍ଷରେ ଦେହାନ୍ତ ହୋଇଛି । ଏହି ସୂଚନା ଦେଇଛନ୍ତି ଡିଜିନିର ଚେୟାରମ୍ୟାନ ବବ୍ ଆଇଜର ।
ତେବେ ଋଷିଆନ, ‘ମିକିମାଉସ’ ପାଇଁ କଣ୍ଠଦାନ ଦେଉଥିବା ବେନ ଅଲିଭଙ୍କ ପତ୍ନୀ । ଟ୍ବିଟ କରି ବବ୍ ଲେଖିଥିଲେ,‘ ଋଷିଙ୍କ ମୃତ୍ୟୁରେ ମିନି ନିଜ ସ୍ବର ହରେଇଛି, 30 ବର୍ଷ ହେବା ମିନି ଓ ଋୁଷି ଦର୍ଶକଙ୍କ ମନୋରଞ୍ଜନ କରିଆସୁଥିଲେ । ଋଷିଙ୍କ ପାଇଁ ମିନି ବିଶ୍ବରେ ନିଜ ପରିଚୟ କରିପାରିଥିଲା । ମିନିର ଫ୍ୟାନ୍ସ ଋୁଷିଙ୍କୁ ବହୁତ ଭଲପାଆନ୍ତି ।’
ଋଷିଆନ ମିନି ମାଉସ ସ୍ବର ଟେଲିଭିଜନର କାର୍ଟୁନ ସିରିଏଲ ସହ ଆନିମେଟେଡ ଫିଲ୍ମ, ଥିଓରେଟିକାଲ ଫିଲ୍ମ ଆଦିରେ ଭଏସ ଦେଇଛନ୍ତି । ଏହାସହ ଡୋନାଲ୍ଡ ଡକର ସମ୍ପର୍କିୟ Huey, Dewey, Louieଙ୍କ ପାଇଁ ମଧ୍ୟ ଭଏସ ଦେଇଛନ୍ତି ।