ETV Bharat / sitara

ରିଲିଜ ହେଲା ‘ବନ୍ଦିଶ ବ୍ୟାଣ୍ଚିଟ’ର ଦମଦାର ଟ୍ରେଲର

author img

By

Published : Jul 20, 2020, 5:24 PM IST

ଆସନ୍ତା ଅଗଷ୍ଟ 4 ତାରିଖରେ ଆମାଜନରେ ଷ୍ଟ୍ରିମିଂ ହେବ ଚର୍ଚ୍ଚିତ ଶୋ ‘ବନ୍ଦିଶ ବନ୍ଦିଶତ’। ଯାହାର ଏବେ ଟ୍ରେଲର ରିଲିଜ ହୋଇଯାଇଛି...

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଫ୍ୟାନକ୍ଲବ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଫ୍ୟାନକ୍ଲବ

ମୁମ୍ବାଇ: ଆମାଜନ ପ୍ରାଇମ ଭିଡିଓର ଅପକମିଂ ୱେବ ସିରିଜ ‘ବନ୍ଦିଶ ବ୍ୟାଣ୍ଡିଟ’କୁ ନେଇ ଚର୍ଚ୍ଚା। ନିକଟରେ ଏହାର ଟିଜର ରିଲିଜ କରାଯାଇଥିଲା । ଆଉ ଏବେ ଶୋର ଦମଦାର ଟ୍ରେଲର ରିଲିଜ ହୋଇଯାଇଛି । ମ୍ୟୁଜିକାଲ ଲଭର୍ସଙ୍କ ପାଇଁ ଏହାକୁ ନିର୍ମାଣ କରିଛନ୍ତି ମେକର୍ସ। ଏଥର ଆମାଜନରେ ମନୋରଞ୍ଜନର ଓଭରଡୋଜ ଦେଖିବାକୁ ଯାଉଛନ୍ତି ଦର୍ଶକ। ‘ବନ୍ଦିଶ ବନ୍ଦିଶତ’ ଶୋ ଆସନ୍ତା ଅଗଷ୍ଟ 4 ତାରିଖରେ ଷ୍ଟ୍ରିମିଂ ହେବ ।

ଅମୃତପାଲ ସିଂ ବିନ୍ଦ୍ରା ଓ ଆନନ୍ଦ ତିୱାରୀଙ୍କ ଦ୍ବାରା ନିର୍ଦ୍ଦେଶିତ ଏହି ରୋମାଣ୍ଟିକ ମ୍ୟୁଜିକାଲ ଡ୍ରାମା ସିରିଜରେ ରିତ୍ବିକ ଭୌମିକ ଓ ଶ୍ରେୟା ଚୌଧୁରୀ ମୁଖ୍ୟ ଭୂମିକାରେ ନଜର ଆସିବେ। ଏହି ଦୁଇ ଷ୍ଟାରଙ୍କ ବ୍ୟତୀତ ଫେମସ ଅଭିନେତା ନସିରୁଦ୍ଦୀନ ଶାହ, ଅତୁଲ କୁଲକର୍ଣ୍ଣୀ, ଶିବା ଚଡ୍ଡା, କୁନାଲ ରାୟ କପୁର ଓ ରାଜେଶ ତୈଲଙ୍ଗ ମଧ୍ୟ ଦେଖାଯିବେ।

ପ୍ରକାଶ ଥାଉକି ‘ବନ୍ଦିଶ ବ୍ୟାଣ୍ଡିଟ’ରେ ରାଧେ ଓ ତମନ୍ନା ନାମଙ୍କ ଦୁଇ ପୁଅଝିଅଙ୍କ କାହାଣୀକୁ ନେଇ ଆଧାରିତ । ରାଧେ ଜଣେ କ୍ଲାସିକାଲ ସିଙ୍ଗର ଯିଏ ନିଜ ଜେଜେବାପାଙ୍କ ଶାସ୍ତ୍ରୀୟ ଗୀତ ଗାଇବାକୁ ଖୁବ୍ ପସନ୍ଦ କରୁଛନ୍ତି । ସେହିପରି ତମନ୍ନା ଭାରତର ପ୍ରଥମ ଇଣ୍ଟରନ୍ୟାସନାଲ ପପ ଷ୍ଟାର ହେବାର ସ୍ବପ୍ନ ଦେଖୁଥିବେ। ଏହି କାହାଣୀର ଝଲକ ସିରିଜର ଟ୍ରେଲରେ ଦେଖିବାକୁ ମିଳୁଛି । ଆପଣ ବି ଦେଖନ୍ତୁ ଟ୍ରେଲର...

  • " class="align-text-top noRightClick twitterSection" data="">

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.