ETV Bharat / sitara

ବନ୍ଧୁତାରେ ଫାଟ: ଅସିମ-ଅଜାଜ ମତଭେଦ !

author img

By

Published : May 14, 2020, 4:19 PM IST

ଅସିମଙ୍କ ବିଗ୍ ବସ୍ ଯାତ୍ରାରେ ତାଙ୍କୁ ଆରମ୍ଭରୁ ଶେଷ ଯାଏଁ ସପୋର୍ଟ କରିଥିଲେ ବିଗ୍ ବସ୍ 7ର ପ୍ରତିଯୋଗୀ ଅଜାଜ ଖାନ । କୌଣସି କାରଣରୁ ଉଭୟଙ୍କ ମଧ୍ୟରେ ନିକଟରେ ମତଭେଦ ହୋଇଥିବା ଜଣାପଡିଛି । ଅଧିକ ପଢନ୍ତୁ...

ବନ୍ଧୁତାରେ ଫାଟ: ଅସିମ-ଅଜାଜ ମତଭେଦ !
ବନ୍ଧୁତାରେ ଫାଟ: ଅସିମ-ଅଜାଜ ମତଭେଦ !

ମୁମ୍ବାଇ: ବିଗ୍ ବସ୍ 13ର ବିଜେତା ସିଦ୍ଧାର୍ଥ ଶୁକ୍ଳାଙ୍କ ଠାରୁ ଅଧିକ ଫେମସ ଥିଲେ ରନର୍ସ ଅପ୍ ଅସିମ ରିୟାଜ । ହିମାଂଶୀଙ୍କ ସହ ସମ୍ପର୍କ ଆଉ ସିଦ୍ଧାର୍ଥଙ୍କ ସହ ବନ୍ଧୁତା ଓ ମତଭେଦ ଉଭୟ ପାଇଁ ସେ ଫେମସ ହୋଇଥିଲେ । ଶୋ ପୂର୍ବରୁ ଅଜଣା କାଶ୍ମୀର ମଡେଲ ଆକ୍ଟର ଅସିମ ସଲମାନଙ୍କ ଶୋ ଯୋଗୁଁ ଦେଶବ୍ୟାପୀ ପାଲଟିଥିଲେ ଷ୍ଟାର ।

ତେବେ ଅସିମଙ୍କ ବିଗ୍ ବସ୍ ଯାତ୍ରାରେ ତାଙ୍କୁ ଆରମ୍ଭରୁ ଶେଷ ଯାଏଁ ସପୋର୍ଟ କରିଥିଲେ ବିଗ୍ ବସ୍ 7ର ପ୍ରତିଯୋଗୀ ଅଜାଜ ଖାନ । ସେ ଅସିମଙ୍କ ଜିତିବା ପାଇଁ ସୋସିଆଲ ମିଡିଆରେ ଅନେକ ପୋଷ୍ଟ କରିବା ସହ ତାଙ୍କ ପାଇଁ ପ୍ରାର୍ଥନା ମଧ୍ୟ କରିଥିଲେ । ଶୋ ସରିବା ପରେ ଅସିମ ବ୍ୟକ୍ତିଗତ ଭାବେ ଅଜାଜଙ୍କୁ ଦେଖା କରିବା ସହ ଉଭୟ ପରସ୍ପରକୁ ସୋସିଆଲ ମିଡିଆରେ ଫଲୋ କରିଥିଲେ । ତେବେ କୌଣସି କାରଣରୁ ଉଭୟଙ୍କ ମଧ୍ୟରେ ନିକଟରେ ମତଭେଦ ହୋଇଥିବା ଜଣାପଡିଛି । ବିଶେଷ କରି ନିକଟରେ ଅସିମ ତାଙ୍କୁ ଅନଫଲୋ କରିଥିବା ଅଜାଜ କହିବା ପରେ ଉଭୟଙ୍କ ସମ୍ପର୍କରେ ଫାଟ ଥିବା ସ୍ପଷ୍ଟ ହୋଇଛି ।

ହେଲେ ଅଜାଜଙ୍କ ଆଉ ଏକ ବୟାନ ଘଟଣାକୁ ଅଧିକ ବିବାଦୀୟ କରିଛି । ନିକଟରେ ମଦର୍ସ ଡେ ଅବସରରେ ଅଜାଜ ମାଆଙ୍କ ଉପରେ ଏକ ଗୀତ ବାହାର କରି ଏହାକୁ ଟ୍ବିଟରରେ ସେୟାର କରିଥିଲେ ଏବଂ ଅସିମଙ୍କୁ ଏହା ଶୁଣିବାକୁ କହିଥିଲେ । ସେ ଅସିମଙ୍କୁ ଟାଗ୍ କରି ଲେଖିଥିଲେ ଯେ ଲକଡାଉନରେ ବି ବିଗ୍ ବସ୍ 13 ରନର୍ସ ଅପ ବହୁତ ବ୍ୟସ୍ତ ଅଛନ୍ତି । ନିଜର ବ୍ୟସ୍ତମୟ କ୍ବାରେଣ୍ଟାଇନ ପିରିୟଡରୁ ସମୟ ବାହାର କରି ତାଙ୍କ ଗୀତ ଦେଖିବାକୁ ସେ ତାତ୍ସଲ୍ୟ କରି କହିଥିଲେ । ତେବେ ଅସିମ ଏହାର ଉତ୍ତର ଦେଇନଥିବାବେଳେ ତାଙ୍କ ଫ୍ୟାନ୍ସ କିନ୍ତୁ ଅଜାଜଙ୍କୁ କଡା ଜବାବ ଦେଇଛନ୍ତି । ସେମାନେ ଅଜାଜଙ୍କୁ କଡା ସମାଲୋଚନା କରିବା ସହ ବ୍ୟବହାର ଠିକ୍ କରିବାକୁ ପରାମର୍ଶ ଦେଇଥିଲେ ।

ପ୍ରକାଶ ଥାଉ କି ନିକଟରେ ମୁମ୍ବାଇ ବାନ୍ଦ୍ରାର ଶ୍ରମିକଙ୍କ ଗହଳିକୁ ନେଇ ବିବାଦୀୟ ମନ୍ତବ୍ୟ ଦେଇଥିବାରୁ ଅଜାଜଙ୍କୁ ପୋଲିସ ଗିରଫ କରିଥିଲେ । ସେପଟେ ଅସିମ ବିଗ୍ ବସରୁ ବାହାରିବା ପରେ 2ଟି ସିଙ୍ଗଲ ଟ୍ରାକରେ ନଜର ଆସିସାରିଛନ୍ତି । ଗୋଟିଏରେ ବଲିଉଡ ହିରୋଇନ ଜ୍ୟାକଲିନ୍ଙ୍କ ସହ ଏବଂ ଅନ୍ୟଟିରେ ଲେଡି ଲଭ ହିଂମାଶୀଙ୍କ ସହ ସେ ନଜର ଆସିଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.