ETV Bharat / sitara

ଲଞ୍ଚ ହେଲା ଡିଡି ରେଟ୍ରୋ, ପ୍ରସାରଣ ହେବ ସବୁ ପୁରୁଣା ଶୋ’

author img

By

Published : Apr 15, 2020, 4:37 PM IST

ପ୍ରସାର ଭାରତୀ ବ୍ୟତୀତ ଦର୍ଶକ ଏବେ ଡିଡି ରେଟ୍ରୋରେ ଦେଖିପାରିବେ ନିଜ ଫେଭରେଟ ଧାରାବାହିକ। ‘ରାମାୟଣ’-‘ମହାଭାରତ’ ସଫଳତା ପରେ ଲଞ୍ଚ କରାଯାଇଛି ଏହି ଚ୍ୟାନେଲ।

dd retro
ଫଟୋ ସୌଜନ୍ୟ: ଟ୍ବିଟର@ଦୂରଦର୍ଶନ ଚ୍ୟାନେଲ

ମୁମ୍ବାଇ: 90 ଦଶକର ଆଇକନିକ ଧାରାବାହିକ ‘ରାମାୟଣ’-‘ମହାଭାରତ’ ପୁନଃ ପ୍ରସାରଣ ଜବରଦସ୍ତ ସଫଳତା ହାସିଲ କରିଛି। ଅନେକ ବର୍ଷ ପରେ ଦର୍ଶକଙ୍କ ହୃଦୟରେ ପୁଣି ରାଜ୍ କରୁଛି ଏହି ଧାରାବାହିକ। ଲକଡାଉନ ସମୟରେ ‘ରାମାୟଣ’-‘ମହାଭାରତ’କୁ ବମ୍ପର ଟିଆରପି ମଧ୍ୟ ମିଳିଛି। ଏହି ସଫଳତାକୁ ଦୃଷ୍ଟିରେ ରଖି ଦୂରଦର୍ଶନ ଦର୍ଶକଙ୍କୁ ବଡ ସରପ୍ରାଇଜ ଦେଇଛି।

ଆଜ୍ଞା ହଁ, ଦର୍ଶକଙ୍କ ଡିମାଣ୍ଡରେ ଦୂରଦର୍ଶନ ଏକ ନୂଆ ଚ୍ୟାନେଲ ଡିଡି ରେଟ୍ରୋ ଲଞ୍ଚ କରିଛି। ଯେଉଁଥିରେ ଦୂରଦର୍ଶନର ସବୁ ପୁରୁଣା ହିଟ୍ ଶୋ ଦେଖିବାକୁ ମିଳିବ। ଏହି ଚ୍ୟାନେଲରେ ‘ଉପନିଷଦ ଗଙ୍ଗା’, ‘ଚାଣକ୍ୟ’, ‘ମହାଭାରତ’, ‘ଶଙ୍କଟମୋଚନ ହନୁମାନ’, ‘ଶକ୍ତିମାନ’, ‘ବୁନିୟାଦ’, ‘ଦେଖ ଭାଇ ଦେଖ’ ଟେଲିକାଷ୍ଟ ହେଉଛି।

ଯଦି ‘ମହାଭାରତ’ର କୌଣସି ଏପିସୋଡ ଡିଡି ଭାରତୀରେ ମିସ ହୋଇଯାଇଛି, ତେବେ ଆପଣ ଡିଡି ରେଟ୍ରୋରେ ଏହାକୁ ପୁଣିଥରେ ଦେଖିପାରିବ। ଡିଡି ରୋଟ୍ରୋରେ ‘ମହାଭାରତ’ ସୋମବାରରୁ ନେଇ ଶୁକ୍ରବାର ରାତି 8ଟାରେ ଟେଲିକାଷ୍ଟ ହେଉଛି। ଏହିପରି ସବୁ ଧାରାବାହିକ ଭିନ୍ନ ଭିନ୍ନ ସମୟରେ ପ୍ରସାରିତ ହେଉଛି।

ପ୍ରକାଶ ଥାଉକି ଗତ ସପ୍ତାହରେ ପ୍ରସାର ଭାରତୀର ସିଇଓ ଶଶି ଶେଖର ଟ୍ବିଟ କରି ସୂଚନା ଦେଇଥିଲେ ଯେ ବାର୍କ ଇଣ୍ଡିଆ ଅନୁଯାଯୀ ଦେଶରେ 13ତମ ସପ୍ତାହରେ ଦୂରଦର୍ଶନ ସବୁଠାରୁ ଅଧିକ ଦେଖାଯାଇଥିବା ଚ୍ୟାନେଲ ସାଜିଛି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.