ETV Bharat / sitara

ଖୁବ୍ ଶୀଘ୍ର ବିବାହ କରିବେ ଅଙ୍କିତା ଲୋଖଣ୍ଡେ - ଖୁବ୍ ଶୀଘ୍ର ବିବାହ କରିବେ ଅଙ୍କିତା ଲୋଖଣ୍ଡେ

ଅଙ୍କିତା ଲୋଖଣ୍ଡେ ଏବେ ନିଜର ବ୍ୟକ୍ତିଗତ ଜୀବନକୁ ନେଇ ଏକ ବଡ ଖୁଲାସା କରିଛନ୍ତି । ଅଭିନେତ୍ରୀ ଖୁବ୍ ଶୀଘ୍ର ବୟଫ୍ରେଣ୍ତ ବିକି ଜୈନଙ୍କୁ ବିବାହ କରିବାକୁ ଯାଉଛନ୍ତି । ଯାହାର ଖୁଲାସା ଅଭିନେତ୍ରୀ ନିଜେ ଏକ ସାକ୍ଷାତକାରରେ କରିଛନ୍ତି । ଅଧିକ ପଢନ୍ତୁ...

actress-ankita-lokhande-to-marry-soon-with-boyfriend-vicky-jain
ଖୁବ୍ ଶୀଘ୍ର ବିବାହ କରିବେ ଅଙ୍କିତା ଲୋଖଣ୍ଡେ
author img

By

Published : May 16, 2021, 8:13 PM IST

ନୂଆଦିଲ୍ଲୀ : ‘ପବିତ୍ର ରିସ୍ତା’ ସିରିଏଲରୁ ‘ଅର୍ଚ୍ଚନା’ ନାଁରେ ଘରେ ଘରେ ପରିଚିତ ଅଭିନେତ୍ରୀ ଅଙ୍କିତା ଲୋଖଣ୍ଡେ ସବୁବେଳେ ନିଜର ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ରହିଥାନ୍ତି ।

ଏବେ ସେ ନିଜର ବ୍ୟକ୍ତିଗତ ଜୀବନକୁ ନେଇ ଏକ ବଡ ଖୁଲାସା କରିଛନ୍ତି । ଅଭିନେତ୍ରୀ ଖୁବ୍ ଶୀଘ୍ର ବୟଫ୍ରେଣ୍ତ ବିକି ଜୈନଙ୍କୁ ବିବାହ କରିବାକୁ ଯାଉଛନ୍ତି । ଯାହାର ଖୁଲାସା ଅଭିନେତ୍ରୀ ନିଜେ ଏକ ସାକ୍ଷାତକାରରେ କରିଛନ୍ତି ।

ଅଙ୍କିତା ତାଙ୍କ ବାହାଘର ସମ୍ପର୍କରେ କହିଛନ୍ତି ଯେ, ସବୁ ଝିଅଙ୍କ ପାଇଁ ବିବାହ ଏକ ଖାସ୍‌ ମୁହୂର୍ତ୍ତ ହୋଇଥାଏ । ମୁଁ ମଧ୍ୟ ମୋ ବିବାହକୁ ନେଇ ବେଶ ଉତ୍ସାହିତ । ମୁଁ ଶୀଘ୍ର ବିବାହ କରିବାକୁ ଯାଉଛି । ମୁଁ ଯୋଧପୁର କିମ୍ବା ଜୟପୁରରେ ବିବାହ କରିବାକୁ ପସନ୍ଦ କରିବି । ମୁଁ ରାଜସ୍ଥାନୀ ଶୈଳୀରେ ବିବାହ କରିବାକୁ ଚାହୁଁଛି ।

ଏହି ସମୟ ମଧ୍ୟରେ ଅଙ୍କିତା ସୁଶାନ୍ତ ସିଂ ରାଜପୁତଙ୍କ ବିଷୟରେ ମଧ୍ୟ କହିଥିଲେ । ଅଙ୍କିତା ସୁଶାନ୍ତଙ୍କୁ ତାଙ୍କର ପ୍ରିୟ ଷ୍ଟାର ବୋଲି କହିଛନ୍ତି ।

ପ୍ରକାଶ ଥାଉ ଯେ, ବିଗତ ତିନିବର୍ଷ ଧରି ଅଙ୍କିତା ବିକି ଜୈନଙ୍କୁ ଡେଟ୍ କରୁଛନ୍ତି । ବିକି ଜଣେ ବିଜନେସମ୍ୟାନ ଏବଂ ଚଳଚ୍ଚିତ୍ର ନିର୍ମାତା ଅଟନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.