ETV Bharat / sitara

ୱେବ୍ ସିରିଜ୍ 'ବ୍ରିଦ: ଇନ ଦ ସାଡୋଜ'ର ରିଲିଜ୍ ଡେଟ ଫାଇନାଲ - ୱେବ୍ ସିରିଜ୍ 'ବ୍ରିଦ: ଇନ ଦ ସାଡୋଜ'

ବହୁ ପ୍ରତିକ୍ଷିତ ଆମାଜନ ଅରିଜିନାଲ ସିରିଜ 'ବ୍ରିଦ: ଇନ ଦ ସାଡୋଜ' ଜୁଲାଇ 10, 2020 ରେ ମୁକ୍ତିଲାଭ କରିବ । ଏହା ବିଶ୍ବର 200 ରୁ ଅଧିକ ଦେଶରେ କେବଳ ଆମାଜନ ପ୍ରାଇମ ଭିଡିଓରେ ଲଞ୍ଚ ହେବ । ଅଧିକ ପଢନ୍ତୁ...

abhishek starrer breathe chapter 2 gets release date
ୱେବ୍ ସିରିଜ୍ 'ବ୍ରିଦ: ଇନ ଦ ସାଡୋଜ'ର ରିଲିଜ୍ ଡେଟ ଫାଇନାଲ
author img

By

Published : Jun 12, 2020, 8:45 PM IST

ମୁମ୍ବାଇ: ଆମାଜନ ପ୍ରାଇମ ଭିଡିଓ ଘୋଷଣା କରିଛନ୍ତି ଯେ ବହୁ ପ୍ରତିକ୍ଷିତ ଆମାଜନ ଅରିଜିନାଲ ସିରିଜ 'ବ୍ରିଦ: ଇନ ଦ ସାଡୋଜ' ଜୁଲାଇ 10, 2020 ରେ ମୁକ୍ତିଲାଭ କରିବ ।

ଏହି ଧାରାବାହିକ ସହିତ ଦକ୍ଷିଣ ଭାରତର ପ୍ରମୁଖ ଅଭିନେତା ନିତ୍ୟା ମେନନ୍ ମଧ୍ୟ ଡିଜିଟାଲ ପ୍ଲାଟଫର୍ମରେ ଡେବ୍ୟୁ କରୁଛନ୍ତି । ସାୟମି ଖେର ମଧ୍ୟ ଏକ ମୁଖ୍ୟ ଚରିତ୍ର ସହିତ ଏଥିରେ ଯୋଗ ଦେଇଛନ୍ତି । ଏହା ବିଶ୍ବର 200 ରୁ ଅଧିକ ଦେଶରେ କେବଳ ଆମାଜନ ପ୍ରାଇମ ଭିଡିଓରେ ଲଞ୍ଚ ହେବ ।

ଆମାଜନ ପ୍ରାଇମ ଭିଡିଓରୁ ଇଣ୍ଡିଆ ଅରିଜିନାଲ ପ୍ରମୁଖ ଅପର୍ନା ପୁରୋହିତ କହିଛନ୍ତି, ଅଭିଷେକ ବଚ୍ଚନ, ଅମିତ ସାଧ, ନିତ୍ୟା ମେନନ୍ ଏବଂ ସାୟମି ଖେରଙ୍କ ସମେତ ଅନ୍ୟ କଳାକାରଙ୍କ ସହ ଏହି ନୂଆ ଶୋ 'ବ୍ରିଦ: ଇନ ଦ ସାଡୋଜ' ଉପସ୍ଥାପନ କରିବାକୁ ନେଇ ଆମେ ବହୁତ ଉତ୍ସାହିତ । ଆମେ ନିଶ୍ଚିତ ଯେ ସମଗ୍ର ଭାରତ ସମେତ ସମଗ୍ର ବିଶ୍ୱରେ ଆମର ଦର୍ଶକମାନେ ଏହି ସିରିଜକୁ ପସନ୍ଦ କରିବେ ।

ଅବୁନଦାଣ୍ଟିଆ ଏଣ୍ଟରଟେନମେଣ୍ଟ ପ୍ରତିଷ୍ଠାତା ତଥା ସିଇଓ ବିକ୍ରମ ମଲହୋତ୍ରା କହିଛନ୍ତି, ଯେ ବିଭିନ୍ନ ଧାରାବାହିକରେ ଆକର୍ଷଣୀୟ ବିଷୟବସ୍ତୁ ସୃଷ୍ଟି କରିବାରେ ଅବୁନଦାଣ୍ଟିଆ ଏଣ୍ଟରଟେନମେଣ୍ଟ ସର୍ବଦା ଆଗରେ ରହିଆସିଛି । ଆମାଜନର ଅରିଜିନାଲ ସିରିଜ 'ବ୍ରିଦ: ଇନ ଦ ସାଡୋଜ'ରେ ଅଭିଷେକ ଅମିତ, ନିତ୍ୟା ଏବଂ ସାୟମି ଏବଂ ମୟଙ୍କ ଏକ ମନୋରମ କାହାଣୀ ସହିତ ଡିଜିଟାଲ ପ୍ଲାଟଫର୍ମରେ ଆସିଥିବାରୁ ମୁଁ ବହୁତ ଖୁସି ।

ଏହି ଧାରାବାହିକଟି ଅବୁନଦାଣ୍ଟିଆ ଏଣ୍ଟରଟେନମେଣ୍ଟ ଦ୍ୱାରା ନିର୍ମିତ ଏବଂ ମୟଙ୍କ ଶର୍ମାଙ୍କ ଦ୍ୱାରା ନିର୍ଦ୍ଦେଶିତ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.