ହାଇଦ୍ରାବାହ: ସାଉଥର ଲେଡି ସୁପରଷ୍ଟାର ନୟନତାରା ନିଜ କଥିତ ବୟଫ୍ରେଣ୍ଡ ଭିଗନେଶ ଶିବନ ଏବଂ ସହ-ପରିବାର ସହ ଶୁକ୍ରବାର ତିରୁମାଳା ଦର୍ଶନ କରିବାକୁ ପହଞ୍ଚିଛନ୍ତି । ଆଉ ତାଙ୍କ ସହ ନଜର ଆସିଛନ୍ତି ଫେମସ ସଙ୍ଗୀତକାର ଶିବମଣି । ସେ ଭିଆଇପି ଦର୍ଶନରେ ଭଗବାନ ଭେଙ୍କଟେଶ୍ବରାଙ୍କୁ ଦର୍ଶନ କରିଛନ୍ତି ।
ଧଳା ରଙ୍ଗର ଡ୍ରେସ ସହ ଲାଲି ରଙ୍ଗର ଓଢ଼ଣୀ ପିନ୍ଧିଥିବାର ନଜର ଆସୁଛନ୍ତି ନୟନତାରା। ଅନ୍ୟପଟେ ତାଙ୍କ ବୟଫ୍ରେଣ୍ଡ ଭିଗନେଶ ଧଳା ରଙ୍ଗର ଆଉଟଫି୍ଟରେ ଦେଖାଯାଉଛନ୍ତି । ପ୍ରକାଶ ଥାଉକି କି ଏବର୍ଷ ଡିସେମ୍ବରରେ ବିବାହ କରିବାକୁ ଯାଉଛନ୍ତି ଏହି ଯୋଡି । ନିକଟରେ ଦୁଇଜଣଙ୍କ ବିବାହକୁ ନେଇ ଖବର ଜୋରଧରିଥିଲା ।
ଭିଗନେଶଙ୍କୁ ଦୀର୍ଘ ସମୟରୁ ଡେଟ କରିଆସୁଛନ୍ତି ନୟନତାରା । ପ୍ରାୟତଃ ଦୁଇଜଣ ହାତରେ ହାତ ଧରି ସମୟ ବିତାଉଥିବାର ନଜର ଆସନ୍ତି । ବର୍ତ୍ତମାନ ଅନେକ ପ୍ରୋଜେକ୍ଟରେ ସମ୍ପୃକ୍ତ ଅଛନ୍ତି ନୟନତାରା । ସେ ଖୁବଶୀଘ୍ର ତେଲୁଗୁ ସୁପରଷ୍ଟାର ରଜନୀକାନ୍ତଙ୍କ ଆଗାମୀ ଫିଲ୍ମ ‘ଦରବାର’ରେ ନଜର ଆସିବେ । ଏହି ଫିଲ୍ମକୁ ଆସନ୍ତା ବର୍ଷ ରିଲିଜ କରିବାର ଯୋଜନା କରିଛନ୍ତି ମେକର୍ସ ।
‘ଦରବାର’ର ନିର୍ଦ୍ଦେଶନା ଦାୟିତ୍ବ ନିର୍ଦ୍ଦେଶକ ଏଆର ମୁରଗାଦୋସ ତୁଲାଇଥିବା ବେଳେ ପ୍ରଯୋଜନା କରିଛନ୍ତି ଅଲିରାଜହ୍ ଶୁଭଶଙ୍କରନ । ରଜନୀକାନ୍ତ ଓ ନୟନତାରାଙ୍କ ବ୍ୟତୀତ ଫିଲ୍ମରେ ଯୋଗି ବାବୁ, ପ୍ରତୀକ ବବ୍ବର ଓ ଦାଲିପ ତାହିଲ ମୁଖ୍ୟ ଭୂମିକାରେ ନଜର ଆସିବେ ।