ETV Bharat / sitara

ସ୍ବାମୀଙ୍କ ସହ ମସ୍ତି କରୁଛନ୍ତି ନୁସରତ, ଫଟୋ ଭାଇରାଲ - ତୃଣମୂଳ କଂଗ୍ରେସର ସାଂସଦ ନୁସରତ ଜହାନଙ୍କ ନୂଆ ଫଟୋ

ସବୁବେଳେ ସୋସିଆଲ ମିଡିଆରେ ନିଜ ଫଟୋକୁ ନେଇ ଚର୍ଚ୍ଚାରେ ରୁହନ୍ତି ଫେମସ ବଙ୍ଗୀୟ ଅଭିନେତ୍ରୀ ନୁସରତ ଜହାଁନ । ଏବେ ମଧ୍ୟ ସ୍ବାମୀଙ୍କ ସହ ଫଟୋ ମଜାଦାର ଫଟୋ ସେୟାର କରିଛନ୍ତି ସେ ।

nusrat jahan
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ନୁସରତ ଜହାନ
author img

By

Published : Feb 8, 2020, 6:21 PM IST

Updated : Feb 8, 2020, 7:22 PM IST

ମୁମ୍ବାଇ: ବଙ୍ଗୀୟ ଅଭିନେତ୍ରୀ ତଥା ତୃଣମୂଳ କଂଗ୍ରେସ ସାଂସଦ ନୁସରତ ଜହାଁନ ନିଜ ସୌନ୍ଦର୍ଯ୍ୟ ପାଇଁ ସବୁବେଳେ ଚର୍ଚ୍ଚାରେ ରୁହନ୍ତି । ସେ ସବୁବେଳେ ସୋସିଆଲ ମିଡିଆରେ ଖୁବ୍ ଆକ୍ଟିଭ ରୁହନ୍ତି । ପ୍ରାୟତଃ ସେ ନିଜର ସୁନ୍ଦର ସୁନ୍ଦର ଫଟୋ ସୋସିଆଲ ମିଡିଆରେ ସେୟାର କରି ଫ୍ୟାନ୍ସଙ୍କୁ ସରପ୍ରାଇଜ କରିଦିଅନ୍ତି । ଆଉ ତାଙ୍କ ଫଟୋକୁ ଖୁବ୍ ପସନ୍ଦ କରନ୍ତି ଦର୍ଶକେ । ହେଲେ ସେ ଅନେକଥର ଫଟୋ ପାଇଁ ବିବାଦ ଘେରରେ ମଧ୍ୟ ଆସିଛନ୍ତି। ହେଲେ ସେ ଟ୍ରୋଲର୍ସଙ୍କୁ କେବେ ମଧ୍ୟ ଖାତିରି କରନ୍ତି ନାହିଁ ।

ଇତିମଧ୍ୟରେ ସୋସିଆଲ ମିଡିଆରେ ନୁସରତଙ୍କ କିଛି ନୂଆ ଫଟୋ ଦେଖିବାକୁ ମିଳୁଛି । ତାଙ୍କ ଏହି ଫଟୋ ଖୁବ୍ ରୋମାଣ୍ଟିକ ହୋଇଛି । ତିନିଦିନ ପୂର୍ବରୁ ନୁସରତ ଇନଷ୍ଟାଗ୍ରାମରେ ସ୍ବାମୀ ନିଖିଲ ଜୈନଙ୍କ ସହ ନିଜର କିଛି ମସ୍ତିଭରା ଓ ରୋମାଣ୍ଟିକ ଫଟୋ ସେୟାର କରିଥିଲେ ।

କିଛି ଫଟୋରେ ସେ ସ୍ବାମୀଙ୍କ ସହ ହସୁଥିବାର ଦେଖାଯାଉଛନ୍ତି ତ ଆଉ କିଛି ଫଟୋରେ ସେ ଡାନ୍ସ କରୁଥିବାର ନଜର ଆସୁଛନ୍ତି । ଫଟୋରୁ ଜଣାପଡୁଛି ଯେ ସେ କୌଣସି ବିବାହରେ ସାମିଲ ହୋଇଥିଲେ । ପ୍ରକାଶ ଥାଉକି ନୁସରତଙ୍କୁ ଇନଷ୍ଟାଗ୍ରାମରେ 1.9 ମିଲିୟନରୁ ଅଧିକ ଲୋକ ଫଲୋ କରୁଛନ୍ତି ।

Last Updated : Feb 8, 2020, 7:22 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.