ମୁମ୍ବାଇ: 'କସୌଟି ଜିନ୍ଦଗୀ କେ-2'ରେ କୋମୋଲିକା ଭୂମିକାରେ ନେଗେଟିଭ ଅଭିନୟ କରି ବିବାଦୀୟ ଅଭିନେତ୍ରୀ ହିନା ଖାନ ଟେଲିଭିଜନ ଇଣ୍ଡଷ୍ଟ୍ରିରେ ନିଜର ଏକ ଭିନ୍ନ ସ୍ଥାନ ସ୍ଥାପନ କରିପାରିଛନ୍ତି । ହୁଏତଃ ଏବେ ସେ କୋମୋଲିକା ଭୂମିକାରୁ ବ୍ରେକ ନେଇସାରିଛନ୍ତି । କିନ୍ତୁ ଏବେ ଶୁଣିବାକୁ ମିଳୁଛି ଯେ ସେ ପୁଣିଥରେ ଏକତା କପୁରଙ୍କ ଆଗାମୀ ଶୋରେ ନଜର ଆସିବେ । ଆଜ୍ଞା ହଁ, ସେ ଏକତାଙ୍କ ବହୁଚର୍ଚ୍ଚିତ ଧାରାବାହିକ 'ନାଗିନ-4'ରେ ଅଭିନୟ କରିବାକୁ ଯାଉଛନ୍ତି ।
ଏହାକୁ ନେଇ ଏଯାବତ ହିନା କିମ୍ବା ଏକତାଙ୍କ ପକ୍ଷରୁ କୌଣସି ଅଧିକାରୀକ ଘୋଷଣା ହୋଇନାହିଁ । କୁହାଯାଉଛି ଯେ ହିନା ନିଜ ପାଇଁ କାମ ଖୋଜୁଥିଲେ, ଯେଉଁଥିରେ ତାଙ୍କୁ କିଛି ଭିନ୍ନ କରିବାର ଅଫର ଏକତା ଦେଇଛନ୍ତି । ଏମିତିରେ ଅନୁମାନ ଲଗାଯାଇଛି ଯେ ଏକତାଙ୍କ ଆଗାମୀ ଧାରାବାହିକ 'ନାଗିନ-4'ରେ ନଜର ଆସିବେ ।
ଖାଲି ଏତିକି ନୁହେଁ 'ନାଗିନ-4'ରେ ମଧ୍ୟ ହିନା ନେଗେଟିଭ ରୋଲ କରିବେ । ଅନ୍ୟପଟେ ମେକର୍ସ ଚାହୁଁଥିଲେ କି 'ନାଗିନ-4' ସେପ୍ଟେମ୍ବରରେ ଲଞ୍ଚ କରିବାକୁ କିନ୍ତୁ ଏଯାବତ ଷ୍ଟାରକାଷ୍ଟ ଉପରେ କାମ ଆରମ୍ଭ ହୋଇନାହିଁ । ଏହି କାରଣ ପାଇଁ 'ନାଗିନ-4'ର ଅନଏୟାର ତାରିଖ ଆଗକୁ ବଢାଇ ଦେଇଛନ୍ତି ମେକର୍ସ । ନଭେମ୍ବର କିମ୍ବା ଡିସେମ୍ବରରେ ଏହି ଧାରାବାହିକ ଅନଏୟାର ହେବ ବୋଲି ସ୍ଥିର କରିଛନ୍ତି ।