ETV Bharat / sitara

ବକ୍ସ ଅଫିସକୁ ପ୍ରଭାବିତ କରିପାରେ ଦିୱାଲୀ 2020 ରିଲିଜ - Diwali box office release

ଷ୍ଟାରଙ୍କ ଲଢେଇ ବକ୍ସ ଅଫିସ ପାଇଁ ଠିକ୍ ନୁହେଁ ବୋଲି ଆଶା କରିଛନ୍ତି ଟ୍ରେଡ ଆନାଲିଷ୍ଟ । ଏମାନଙ୍କ କହିବାନୁସାରେ ଦିୱାଲୀରେ ବିଗ୍ ବଜେଟ୍ ଷ୍ଟାରଙ୍କ ଫିଲ୍ମ ରିଲିଜ ହେବା ବକ୍ସ ଅଫିସ ପାଇଁ ଘାଟା ହୋଇପାରେ । ଅଧିକ ପଢନ୍ତୁ...

ବକ୍ସ ଅଫିସକୁ ପ୍ରଭାବିତ କରିପାରେ ଦିୱାଲୀ 2020 ରିଲିଜ

author img

By

Published : May 28, 2020, 12:21 PM IST

ମୁମ୍ବାଇ: କୋରୋନା ଯୋଗୁଁ ଲକଡାଉନ କଟକଣା ଫଳରେ ସମସ୍ତ ସେକ୍ଟର ପ୍ରଭାବିତ ହୋଇଛି । ଫିଲ୍ମ ଇଣ୍ଡଷ୍ଟ୍ରି ମଧ୍ୟ ଏଥିରୁ ବାଦ୍ ପଡିନାହିଁ । ଫଳରେ ରିଲିଜ ଅପେକ୍ଷାରେ ଥିବା ଅଧିକାଂଶ ଫିଲ୍ମ ନିଜ ଡେଟ୍ ଘୁଞ୍ଚାଇବାରେ ବାଧ୍ୟ ହୋଇଛନ୍ତି । ବିଗ୍ ବଜେଟ୍ ଫିଲ୍ମ ନିଜର ନୂଆ ଡେଟ୍ ଘୋଷଣା କରିନଥିଲେ ମଧ୍ୟ ଲକଡାଉନ ହଟିବାକୁ ଅପେକ୍ଷା କରିଛନ୍ତି । ଏହାପରେ ଆସିବାକୁ ସମସ୍ତ ବିଗ୍ ହଲିଡେ ଉପରେ ଏବେ ଫିଲ୍ମମେକର୍ସଙ୍କ ନଜର ରହିଛି ।

ତେବେ ଖବର ଅନୁସାର ଦିୱାଲୀ 2020କୁ ଅନେକ ବଡ ଫିଲ୍ମ ପ୍ରଯୋଜକ ଆଖି ପକାଇଛନ୍ତି । କାରଣ ଇଦ୍ ପଳାଇଥିବାବେଳେ ଅଗଷ୍ଟ 15ରେ ପରିସ୍ଥିତି ସୁଧୁରିନଥିବ । ସେହିପରି ଦୁର୍ଗାପୂଜାବେଳେ ଲୋକମାନେ ନିଜକୁ ଥିଏଟର ଯିବା ପାଇଁ ପ୍ରସ୍ତୁତ କରିନଥିବେ । ଏସବୁ ଦୃଷ୍ଟିରୁ ଦୀପାବଳି ସମୟ ଫିଲ୍ମ ରିଲିଜ ପାଇଁ ସଠିକ୍ ହେବ ବୋଲି ସମସ୍ତେ ବିଚାର କରୁଛନ୍ତି । ଏହି ସମୟରେ ସଲମାନ ଖାନଙ୍କ ରାଧେ, ଅକ୍ଷୟଙ୍କ ସୂର୍ଯ୍ୟବଂଶୀ ଅବା ଲକ୍ଷ୍ମୀ ବମ୍, ରଣଭୀର ସିଂହଙ୍କ 83, ବରୁଣଙ୍କ କୁଲି ନମ୍ବର ୱାନ, ଶାହିଦ କପୁରଙ୍କ ଜର୍ସି ଭଳି ଫିଲ୍ମ ଆସିବାର ସମ୍ଭାବନା ରହିଛି ।

ତେବେ ଷ୍ଟାରଙ୍କ ଲଢେଇ ବକ୍ସ ଅଫିସ ପାଇଁ ଠିକ୍ ନୁହେଁ ବୋଲି ଆଶା କରିଛନ୍ତି ଟ୍ରେଡ ଆନାଲିଷ୍ଟ । ଏମାନଙ୍କ କହିବାନୁସାରେ ଦିୱାଲୀରେ ବିଗ୍ ବଜେଟ୍ ଷ୍ଟାରଙ୍କ ଫିଲ୍ମ ରିଲିଜ ହେବା ବକ୍ସ ଅଫିସ ପାଇଁ ଘାଟା ହୋଇପାରେ । ଏବର୍ଷ ବଲିଉଡ ଅନେକ କ୍ଷତି ସହିଛି । ଏବେ ବିଗ୍ ବଜେଟ୍ ଫିଲ୍ମ ପରସ୍ପର ସହ ଫାଇଟ କଲେ ପ୍ରଯୋଜକ କ୍ଷତି ସହିବେ । ଏହାସହ ଦର୍ଶକ ଏବେ ଥିଏଟର ଆସିବାକୁ କିଛିମାତ୍ରାରେ ଡରିବେ । ଅନେକ ସମୟ ଲାଗିବ ଯେବେ ଥିଏଟର ପୁରା ହାଉସଫୁଲ ହେବ । ସେହିପରି ହଲିଉଡ ଫିଲ୍ମ ମଧ୍ୟ ଏହି ସମୟରେ ଆଖି ପକାଇପାରନ୍ତି । ତେଣୁ ଅଧିକ ଫିଲ୍ମ ହେଲେ ଦର୍ଶକ ମଧ୍ୟ ସ୍ଥିର କରିପାରିବେନି କାହାକୁ ଗ୍ରହଣ କରିବେ । ସେମାନଙ୍କୁ ମଧ୍ୟ ଏକ ଚଏସ ଦେବା ଉଚିତ ହେବ ବୋଲି ସମୀକ୍ଷକ କହିଛନ୍ତି ।

ଏହାସହ କ୍ରିଟିକ୍ସଙ୍କ ରିଭ୍ୟୁ ମଧ୍ୟ ଲୋକଙ୍କୁ ପ୍ରଭାବିତ କରିବ । ପ୍ରଥମ ଦିନ ଯେତେ ଲୋକ ଆସନ୍ତି ତୃତୀୟ ଦିନ ରବିବାରରେ ଏହାଠାରୁ ଅଧିକ ଦର୍ଶକ ଆସନ୍ତି । ତେଣୁ ପ୍ରଥମ ଦିନରୁ ରିଭ୍ୟୁ ଖରାପ ହୋଇଗଲେ ଏହାପରେ କଲେକ୍ସନ ଉପରେ ପ୍ରଭାବ ପଡିପାରେ । ବର୍ତ୍ତମାନ ସବୁକିଛି ଠିକ୍ ହେବା ବେଳକୁ ଅଗଷ୍ଟ, ସେପ୍ଟେମ୍ବର ହୋଇଯିବ । ଏହାପରେ ଲୋକମାନେ ନିଜର ଅତ୍ୟାବଶ୍ୟକୀୟ ସାମଗ୍ରୀ କିଣିବା ଉପରେ ଗୁରୁତ୍ବ ଦେବେ । ଫିଲ୍ମ ଦେଖିବା ଭଳି ଖର୍ଚ୍ଚ ହୁଏତ ସେମାନଙ୍କୁ ଠିକ ଲାଗିନପାରେ । ଫଳରେ ଦିୱାଲୀ ବେଳକୁ ଦର୍ଶକ ଯେ ଅଧିକ ମାତ୍ରାରେ ଆସିବେ ଏହାମଧ୍ୟ କଳ୍ପନା କରିବା ଠିକ୍ ନୁହେଁ । ଏବର୍ଷ ପୂର୍ବରୁ ଅନେକ କ୍ଷତି ସହିଛି ବକ୍ସ ଅଫିସ । ତେଣୁ ବିଗ୍ ବଜେଟ୍ ଫିଲ୍ମର କଲେକ୍ସନ ହିଁ ଏହି କ୍ଷତିରୁ ଦେଶକୁ ବଞ୍ଚାଇବ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.