ନୂଆଦିଲ୍ଲୀ: ବଲିଉଡ ସୁପଷ୍ଟାରମାନଙ୍କ ବିରୋଧରେ ବଡ ଅଭିଯୋଗ । ସଲମାନ ଖାନ, ଅକ୍ଷୟ କୁମାର, ଅଜୟ ଦେବଗନଙ୍କ ସମେତ ୨୮ ଜଣ ସେଲିବ୍ରିଟିଙ୍କ ବିରୋଧରେ ଏତଲା ଦାଏର । ଏହି ଏତଲା ଦାଏର କରିଛନ୍ତି ଆଇନଜୀବୀ ଗୌରବ ଗୁଲାଟୀ ।
ଦିଲ୍ଲୀର ସବଜି ମଣ୍ଡି ପୋଲିସ ଷ୍ଟେସନରେ ବଡବଡ ଅଭିନେତାଙ୍କ ବିରୋଧରେ ଦାଖଲ ହୋଇଛି ଏତଲା । ଅଭିଯୋଗ ଅନୁଯାୟୀ, ୨୦୧୯ରେ ହାଇଦ୍ରାବାଦରେ ହୋଇଥିବା ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ ପୀଡିତାଙ୍କ ପରିଚୟକୁ ଏହି ସେଲିବ୍ରିଟିମାନେ କରିଦେଇଥିଲେ ସାର୍ବଜନୀନ ।
୪ ସେପ୍ଟେମ୍ବରରେ ଦିଲ୍ଲୀର ସବଜି ମଣ୍ଡି ଥାନା ଧାରା ୨୨୮A ଆଧାରରେ ଅଭିଯୋଗ ଦାଖଲ କରାଯାଇଥିଲା । ଯେଉଁ ୩୮ ଜଣଙ୍କ ବିରୋଧରେ ଏତଲା ଦାଏର ହୋଇଛି, ସେମାନଙ୍କ ମଧ୍ୟରେ ଜଣାଶୁଣା ଅଭିନେତା, ଅଭିନେତ୍ରୀ, କ୍ରିକେଟର ଓ ଫିଲ୍ମ ନିର୍ଦ୍ଦେଶକଙ୍କ ନାଁ ସାମିଲ ରହିଛି ।